ଯୋଡ଼ା /ରମେଶ ଚନ୍ଦ୍ର ମହାପାତ୍ର : ସନାତନ ମହାକୁଡ଼ଙ୍କ ରୋଡ ଶୋ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଜେଡି ର ବହୁ ତୁଙ୍ଗ ନେତା ପ୍ରଚାର ରେ ସାମିଲ ଥିଲେ । ଯୋଡା ସ୍ଥିତ କଳାପାହାଡ଼ ଠାରେ ଥିବା ତାରିଣୀ ମନ୍ଦିର ରେ ଦର୍ଶନ କରିବା ପରେ ଏକ ବିରାଟ ବାଇକ୍ ରାଲି ସହିତ ରୋଡ ଶୋ ରେ ଯୋଡା ପରିକ୍ରମା କରିଥିଲେ ।ଏହି ରୋଡ ଶୋ ରେ ସନାତନ ଙ୍କ ସହିତ ଜିଲ୍ଲା ବିଜେଡି ସଭାପତି, ବିଜେଡି ର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁ ,ଯୋଡା ପୌର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ ,ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ,ବଡ଼ବିଲ ପୌର ଅଧ୍ୟକ୍ଷ ଲକ୍ଷ୍ମଣ ମହ।ନ୍ତ ପ୍ରମୁଖ ସାମିଲ ଥିଲେ ।ଏହି ରୋଡ ଶୋ ରେ ଅସଂଖ୍ୟ ବିଜେଡି କର୍ମୀ ଯୋଗ ଦେଇଥିଲେ ।ଏହି ରୋଡ ଶୋ ରେ ବିଭିନ୍ନ ଛକ ଗୁଡିକରେ ମହିଳା ମାନେ ସନାତନ ଙ୍କୁ ବନ୍ଦାପନା କରିଥିଲେ ।