ନମୋ ଟି ଷ୍ଟଲ କୁ ହଟାଇବା ଦାବୀରେ ରାସ୍ତା ଅବରୋଧ

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ୍ ଅଧିନ ଅରେଇ ପଞ୍ଚାୟତ ବରୁଣେଶ୍ଵର ମେଳା ପଡ଼ିଆରେ ବିଜେପି ପକ୍ଷରୁ କରାଯାଇଥିଲା ଏକ ନମୋ ଟି ଷ୍ଟଲ । ଯାହାକି ମେଳାକୁ ଆସୁଥିବା ଭ୍ରମଣକାରୀଙ୍କୁ ମାଗଣାରେ ଚା ଦେଇ ନିକଟତର ହେବା ପାଇଁ ପ୍ରୟାସ କରାଯାଇଥିଲା । ଯାହାକୁ କିଛି ଅରେଇ ଗ୍ରାମବାସୀ ବିରୋଧ କରିବା ସହିତ ମେଳାକୁ ରାଜନୈତିକ କରଣ କରାଯାଉଛି ବୋଲି ଅଭିଯୋଗ କରିଥିଲେ ଏବଂ ଏଥି ସହିତ ତୁରନ୍ତ ଏହି ନମୋ ଟି ଷ୍ଟଲ କୁ ହଟାଇବାକୁ ଦାବୀ କରିଥିଲେ । ଅଭିଯୋଗ ପାଇ ଡି.ଏସ.ପି ବାମଦେବ ନନ୍ଦ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଇବା ସହ ନମୋ ଟି ଷ୍ଟଲରେ ପହଞ୍ଚି ବିଜେପି କତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ଉତ୍ୟକ୍ତ ଗ୍ରାମବାସୀ ଟି ଷ୍ଟଲ ବନ୍ଦ ଦାବୀରେ ମେଳା ପଡ଼ିଆର ମୂଖ୍ୟ ରାସ୍ତାକୁ ଅବରୋଧ କରି ରଖିଥିଲେ। ଯାହାଫଳରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା । ପୋଲିସ ପ୍ରଶାସନ ପହଞ୍ଚି ବୁଝାଶୁଝା କରିବା ସହ ଟି ଷ୍ଟଲ କୁ ବନ୍ଦ କରିବା ପରେ ରାସ୍ତା ରୋକ୍ ଉଠିଥିଲା।