ଉଦଳା/ ଦୀପକ ମିଶ୍ର: କପ୍ତିପଦା ଥାନା କାଲାଡାହି ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ ଅନ୍ୟଜଣେ ଗୁରୁତର । ମୃତ ବ୍ୟକ୍ତିଙ୍କ ନାମ ବାବୁରାମ ବେହେରା ବୋଲି ଜଣାପଡ଼ିଛି । ସୂଚନାଅନୁଯାୟୀ ସକାଳ ସମୟରେ ଖଲାଡି ଗ୍ରାମର ପୂଜା ଦେହୁରୀ ନିଜର ୧୦ ବର୍ଷର ଝିଅ ଦେବକୀ ଦେହୁରୀକୁ ସାଙ୍ଗରେ ଧରି ନଣଦେଇ ବାବୁରାମ ବେହେରା ସହିତ ବାଲେଶ୍ୱର ଜିଲ୍ଲା ଛତ୍ରପୁର ଅଂଚଳକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ପରିବା ବୋଝେଇ ଏକ ପିକଅପ ଉଦଳା ଅଭିମୁଖେ ଆସୁଥିବା ସମୟରେ କାଲାଡାହି ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ ଚାଳକ ବାବୁରାମ ଗାଡିରୁ ଛିଟିକି ପଡି ପୋଲ ତଳେ ପଡିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ପଛରେ ବସିଥିବା ପୂଜା ଗୁରୁତର ହୋଇଥିଲେ । ଖବର ପାଇ କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ପିକଅପକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଅନ୍ୟପଟେ ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହକୁ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ପଠାଇବା ସହିତ ଗୁରୁତର ଥିବା ପୂଜାକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି ।