ନୂଅଦିଲ୍ଲୀ : କର୍ଣ୍ଣାଟକର କାଲାବୁରାଗିରେ ଏକ ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା କାଲାବୁରାଗିର ବଲୁରାଗିରେ ଗ୍ରାମ ନିକଟରେ ହୋଇଛି । କଲାବୁରାଗିର ଏସପି ଓ ଶ୍ରୀନିବାସୁଲୁଙ୍କ ଅନୁଯାୟୀ, କାଲାବୁରାଗି ଜିଲ୍ଲାରେ ବଲୁରାଗି ଗ୍ରାମ ନିକଟରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସମସ୍ତ ୫ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।