ଟ୍ରକକୁ ଧକ୍କା ଦେଇ ରାସ୍ତାକଡକୁ ଓଲଟି ପଡିଲା ଯାତ୍ରୀବାହୀ ବସ

(ମମତା ସାମଲ): ଯାଜପୁର ଜିଲ୍ଲା କୋରେଇ ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ଘରୋଇ ବସ ଏକ ଟ୍ରକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଯାଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ବଡଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବସ୍ ରାଞ୍ଚିରୁ କଟକ ଆସୁଥିଲା। କୋରେଇ ଛକ ନିକଟରେ ଏକ ଟମାଟୋ ବୋଝେଇ ଟ୍ରକ୍କୁ ଏହା ଧକ୍କା ଦେଇ ଥିଲା। ଟ୍ରକ୍ରେ ଥିବା ଟମାଟୋ ରାସ୍ତାରେ ବିଛେଇ ହୋଇ ପଡ଼ିଯାଇଥିଲା। ବସ୍ର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି।