ତାଳଚେର : ତାଳଚେର ବଙ୍କାଧରା ଛକ ନିକଟରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ ଝିଅ ଙ୍କ ମୃତ୍ତ୍ୟୁ ହୋଇଛି। ଏଇ ମାତ୍ର କିଛିଦିନ ତଳେ ଗୋଟିଏ ମୁଣ୍ଡ ଗଡିଥିବା ବେଳେ ଆଜି ଗୋଟିଏ ଖାଲି ଟ୍ରକ ବାପ ଝିଅ ଙ୍କ ଜୀବନ ନେଇଛି। ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଙ୍କ ଭଣଜା ଅଳ୍ପେକେ ବର୍ତ୍ତି ବର୍ତ୍ତି ଯାଇଥିବା ବେଳେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି ।ମୃତକଙ୍କ ପରିଚୟ ସମ୍ପୂର୍ଣ୍ଣ ମିଳି ପାରି ନଥିବା ବେଳେ ସ୍ଥାନୀୟ ଲୋକେ ସୁନାଖଣି ଅଞ୍ଚଳ ର ବୋଲି ସୂଚନା ଦେଇଛନ୍ତି। ବାରମ୍ବାର ଦୁର୍ଘଟଣା କୁ ନେଇ ଆଜି ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ତେବେ ଘଟଣା ସ୍ଥଳରେ ତାଳଚେର ସଦର ପୋଲିସ ପହଞ୍ଚି ଘଟଣା ର ଛାନଭିନ କରିବା ସହିତ ଉତେଜିତ ଜନ ସାଧାରଣ ଙ୍କୁ ବୁଝାସୁଝା କରୁଛି।