ଦୁର୍ଘଟଣାରେ ଜଣେ ମୃତ

(ମମତା ସାମଲ): ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଧୀନ ଧୁକୁଟା ମନ୍ଦିର ନିକଟରେ ଘଟିଛି ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସେ ଟେମ୍ପୋରେ ଯାଉଥିବାବେଳେ ସେଥିରୁ ଖସି ପଡିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି ।