ଗାଡ଼ି ଧକ୍କାରେ ବୃଦ୍ଧ ମୃତ,ରାସ୍ତା ରୋକରେ ଗ୍ରାମବାସୀ

(ପ୍ରିୟଦର୍ଶନୀ ସ୍ୱାଇଁ): ଏନଏଚ ୨୬ରେ ଅଜଣା ଗାଡ଼ି ଧକ୍କ୍ାରେ ଜଣେ ମୃତ । କଳାହାଣ୍ଡି ଜିଲ୍ଲା କାନେଶିର ଗାଁ ନିକଟରେ ଘଟଛି ମର୍ମନ୍ତୂତ ସଡ଼କ ଦୁର୍ଘଟଣା । ମୃତକ ଜଣକ ହେଲେ କାନେଶିର ଗାଁର ନିଳମ୍ବର ବିଶି । ବିଳମ୍ବିତ ରାତିରେ ହୋଟେଲରେ କାମ ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଆସି ଜଣେ ବୃଦ୍ଧଙ୍କୁଧକ୍କା ଦେଇଥିଲା । ଫଳରେ ଗ୍ରାମବାସୀ ଆଜି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀ କରି ରାସ୍ତାରୋକ କରିଥିଲେ । ଏହାର ପ୍ରଭାବରେ ଭବାନୀପାଟଣା ଓ ବଲାଙ୍ଗୀର ମଧ୍ୟରେ ଯାତ୍ରାୟତ ବାଧାପ୍ରାପ୍ତ ହୋଇଥିଲା । କେସିଙ୍ଗା ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆସି ଘଟଣାସ୍ଥଳରେ ଉତ୍ୟକ୍ତଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।