କରୋନା ସଂକ୍ରମଣ : ବ୍ରିଟେନରେ ନୂଆ ରେକର୍ଡ
ଦିନକୁ ଦିନ ବିଶ୍ୱ କରୋନା କବଳରୁ ମୁକ୍ତ ହେଉଥିବା ବେଳେ ଏଥିରୁ ବାଦ ପଡିଛି ଚୀନ ।
(ଦିଲ୍ଲୀ) : ଦିନକୁ ଦିନ ବିଶ୍ୱ କରୋନା କବଳରୁ ମୁକ୍ତ ହେଉଥିବା ବେଳେ ଏଥିରୁ ବାଦ ପଡିଛି ଚୀନ । ତେବେ ଇଂଲଣ୍ଡରେ କରୋନା ସଂକ୍ରମଣ ମାମଲା ନୂଆ ସ୍ତରରେ ପହଁଞ୍ଚି ଯାଇଛି। ବିଶେଷଜ୍ଞଙ୍କ ମତରେ ଏତେ ଅଧିକ ସଂକ୍ରମଣ ହାର ଖୁବ୍ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି।

ଗତମାସ କୋଭିଡ୍-୧୯ର ସଂକ୍ରମଣ ବିଷୟରେ ଜାଣିବାକୁ ହୋଉଥିବା ଯାଞ୍ଚ ପରେ ଜଣାପଡିଥିଲା ପ୍ରତି ୧୬ ଜଣ ବ୍ୟକ୍ତିଙ୍କ ଭିତରୁ ଜଣେ କରୋନା ପଜିଟିଭ ବାହାରୁଛନ୍ତି। ଅର୍ଥାତ ୬.୩୭ ପ୍ରତିଶତ ହାରରେ ଲୋକ ସଂକ୍ରମିତ ହେଉଛନ୍ତି। ଏହି ହାର ଫେବୃଆରୀରେ ରେକର୍ଡ କରାଯାଇଥିଲା ହାରଠାରୁ ଦୁଇ ଗୁଣ ରହିଛି।

ସଂକ୍ରମଣର ଅଧିକାଂଶ ମାମଲା ଓମିକ୍ରନ୍ର ବିଏ.୨ ବା ଷ୍ଟିଲଥ୍ ଭାରିଆଣ୍ଟ’ (BA.2, or ‘Stealth Omicron)ର ଆସିଛି। ଏହି ଷ୍ଟଡି ୮ ଓ ୩୧ ମାର୍ଚ୍ଚ ଭିତରେ ପ୍ରାୟ ୧୧୦ ଲକ୍ଷ ନମୁନା ଉପରେ ଆଧାରିତ।