ଆସାମରେ କଂଗ୍ରେସର ପରାଜୟ ପରେ ଇସ୍ତଫା ଦେଲେ ରିପୁନ ବୋରା

ଗୌହାଟି: ରବିବାର ନିର୍ବାଚନ ଫଳାଫଳରେ କଂଗ୍ରେସର ବିଫଳତାକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ରିପୁନ ବୋରା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟରେ କଂଗ୍ରେସର ବିଫଳତା ପାଇଁ ନିଜକୁ ଦାୟୀ କରି ସେ ଏହି ଇସ୍ତଫା ପ୍ରଦାନ କରିଛନ୍ତି । ରାଜ୍ୟସଭା ସଦସ୍ୟ ଥିବା ବୋରା ଚଳିତ ନିର୍ବାଚନରେ ସେ ଠିଆହୋଇଥିବା ଗୋହପୁର ବିଧାନସଭା ଆସନରୁ ପରାସ୍ତା ହୋଇଛନ୍ତି । ବିଜେପିର ଉତ୍ପଲ ବୋରାହ ତାଙ୍କୁ ୨୯୨୯୪ ଭୋଟରେ ପରିସ୍ତ କରିଛନ୍ତି ।
୬୫ ବର୍ଷୀୟ ବୋରା ତାଙ୍କ ଇସ୍ତଫା ପତ୍ର ପାର୍ଟିର ଅନ୍ତରୀୟ ସଭାପତି ସୋନିଆଙ୍କ ଗାନ୍ଧୀଙ୍କୁ ପଠାଇଦେଇଛନ୍ତି । ଇସ୍ତଫା ପତ୍ରରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରି ସେ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରାଯାଇଛି ।