ବାରିପଦା: ବାରିପଦା ସହରରେ ଉତ୍ତେଜନା ଲାଗି ରହିଛି । ଦୁଇ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡୋଗୋଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଭଞ୍ଜପୁର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାକୁ ନେଇ ବାରିପଦା ଟାଉନ ଥାନା ଓ ଭଞ୍ଜପୁର ଥାନାରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ ହୋଇଛି । ଦୁଇ ଦିନ ତଳେ ବାରିପଦା ସହର ଛଉ ପଡିଆ ନିକଟରେ ଦୁଇ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡୋଗୋଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଖଣ୍ଡା ଆକ୍ରମଣରେ ରବୀନ କୁମାର ପାତ୍ର ଗୁରୁତର ଆହତ ହୋଇଥିଲେ । ହୋଟେଲ ଭିତରେ ଖଣ୍ଡାରେ ଆକ୍ରମଣ କରିବାକୁ ଯାଉଥିବା ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନଥିବାରୁ ଏସ୍ପିଙ୍କୁ ଭେଟି କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ବିଜେଡି ଛାତ୍ର ସଭାପତି ।