ବିଧାନସଭାରେ ରେଭେନ୍ସା ତାତି : ଗୃହରେ ବିଜେଡିର ପ୍ରବଳ ହଟଗୋଳ

0

ଭୁବନେଶ୍ୱର:   ବିଜେଡି ବିଧାୟକ ବ୍ୟମୋକେଶ ରାୟ ଙ୍କ ନାଁ ରେ ମାମଲା ପରେ ଗୃହରେ ପ୍ରସଙ୍ଗ ଉଠାଇଲା ଖୋଦ ବ୍ୟମୋକେଶ । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ବ୍ୟମୋକେଶ କହିଛନ୍ତି ମୋତେ ସୁରକ୍ଷା ଦିଆଯାଉ । ମୋ ନାଁ ରେ ଆର୍ମସ ଆକ୍ଟ ଲଗାଯାଇଛି । ମୁଁ ମସାଲ ଶୋଭାଯାତ୍ରାରେ ବନ୍ଧୁକ ଧରି ଧମକ ଦେଉଥିଲି ବୋଲି ଏତଲା ରେ ଲେଖା ଯାଇଛି । ଡିସିପି ଏବଂ ଇନିସ୍ପେକ୍ଟର ଙ୍କ ବିରୁଦ୍ଧରେ ମୁଁ ସ୍ୱାଧିକାର ଭଙ୍ଗ ଅଣାଯାଉ।  ମୋତେ ରେଭେନ୍ସାର ପୁରାତନ ଓ ବର୍ତ୍ତମାନ ର ଛାତ୍ରଛାତ୍ରୀ ଡାକିଥିଲେ ମୁଁ ସେଠାକୁ ଯାଇଥିଲି । ରେଭେନ୍ସା ଲନ ରେ ମିଟିଂ ହୋଇଥିଲା । କଲେଜ ଛକ ରୁ ରାଣୀହାଟ ମସାଲ ଶୋଭାଯାତ୍ରା ହୋଇଥିଲା । ଏତେ କାହିଁକି ଅସହିଷ୍ଣୁ ହୋଇ ପଡୁଛନ୍ତି । ଭାରତ ସରକାର ବିରୁଦ୍ଧରେ ଯିଏ କହୁଛି ତା ବିରୁଦ୍ଧରେ ଇଡ଼ି ସିବିଆଇ ଲଗାଯାଉଛି ।