(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ସ୍ୱଦେଶ ଫେରିଲେ ଭୁବନେଶ୍ୱରରେ ଫସିରହିଥିବା ଭୁଟାନର ୨୬ଜଣ ଛାତ୍ର ଛାତ୍ରୀ । ଆଜି ଭୁବନଶ୍ୱେର ବିମାନ ବନ୍ଦରରୁ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି । କୋରୋନା ପାଇଁ ସାରା ଦେଶରେ ଲକଡାଉନ କରାଯାଇଛି । ଏହି ଲକଡାଉନ ସମୟରେ ସମସ୍ତ ପରିବହନ ସେବା ବନ୍ଦ ରହିଥିବାରୁ ବିଭିନ୍ନ ଦେଶ ଏବଂ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଫସି ରହିଛନ୍ତି । ସେମାନେ ନିଜ ଦେଶକୁ ଯାଇ ପାରୁନାହାଁନ୍ତି । ଅନ୍ୟ ଦେଶ କିମ୍ବା ରାଜ୍ୟରେ ଫସି ରହିଥିବା ଲୋକ ମଧ୍ୟ ଆସିପାରୁ ନାହାଁନ୍ତି । ସେହିଭଳି ଭୁବନେଶ୍ୱରରେ ୨୬ ଜଣ ଭୁଟାନର ଛାତ୍ର ଛାତ୍ର ଫସି ରହିଥିବା ବେଳେ ଆଜି ଏକ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତିି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆଜି ଦିନ ୨ଟା ସମୟରେ ଏକ ସ୍ୱତନ୍ତ୍ର ବିମାନରେ ଯାଇଛନ୍ତି । ଭୁଟାନ ସରକାରଙ୍କ ପକ୍ଷରୁ ଏହି ଛାତ୍ର ଛାତ୍ରୀଙ୍କୁ ନେବା ପାଇଁ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ବହଞ୍ଚିଥିଲା । ସେଥିରେ ୨୬ଜଣ ଭୁଟାନ ଛାତ୍ର ଛାତ୍ରୀ ଯେଉଁମାନେ ଭୁବନେଶ୍ୱରରେ ପଢୁଥିଲେ ସେମାନଙ୍କୁ ନେବା ସହ ଦେଶରେ ଯେତେଜଣ ଭୁଟାନ ନାଗରୀକ ଫସି ରହିଛନ୍ତି ସେମାନଙ୍କୁ ସେହି ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଫେରାଇନେବାକୁ କୁହାଯାଇଛି ।