ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଜଣେ ଶିକ୍ଷକର କେବେ ଅବସର ନଥାଏ । ସମ୍ପୂର୍ଣ୍ଣ ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ର ମର୍ଯ୍ୟଦା ହିଁ ପାଇଥାଏ । ବସ୍ତା ବ୍ଲକ ଜାମଶୁଳି ଉଚ୍ଚ ବିଦ୍ୟାଳୟ ପରିସରରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜୁଲତା ଦାସ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଭାରପ୍ତାପ୍ର ପ୍ରଧାନ ଶିକ୍ଷୟତ୍ରୀ ସୁମତୀ ବାଳା ଦାସ ସଭାପତିତ୍ବ କରିଥିବା ବେଳେ, ଅବସର ପ୍ରାପ୍ତ ଶିକ୍ଷକ ବେଣୁଧର ପ୍ରଧାନ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଭାବେ ଅବସର ପ୍ରାପ୍ତ ଶିକ୍ଷକ ସୁଧାଂଶୁ ବିଶ୍ଵାଳ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ଭାଗବତ ପ୍ରଧାନ, ଗୟାମଣି ସାହୁ, ସମାଜସେବୀ ଗୌରାଙ୍ଗ ବିଶ୍ଵାଳ, ବିନୋଦିନୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ବିଦାୟୀ  ଶିକ୍ଷୟତ୍ରୀ ଅଞ୍ଜୁଲତା ଦାସ ଙ୍କର ନୀତି ଆଦର୍ଶ, ସମୟାନୁ ବର୍ତିତା, କର୍ତ୍ତବ୍ୟ ପରାୟଣ ସମ୍ପର୍କରେ ଅଭିମତ ରଖିଥିଲେ । ଶିକ୍ଷକ ଭବାନୀ ଶଙ୍କର ମଣ୍ଡଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ପୁସ୍ପିତା ଭୂୟାଁ ଧନ୍ୟବାଦ୍ ଅର୍ପଣ କରିଥିଲେ ।