(କଟକ) : ଚଳିତ ମାସ ୧୦ ତାରିଖରେ ଛଟ୍ ପୂଜା ପଡ଼ୁଛି। ତେବେ ତା’ ପୂର୍ବରୁ ଏହି ପୂଜା ପାଳିବା ଉପରେ କଟକରେ ଜାରି ହୋଇଛି କଟକଣା। କଟକ ମହାନଗର ନିଗମ (ସିଏମ୍ସି) କର୍ତ୍ତୃପକ୍ଷ ଜାରି କରିଛନ୍ତି କଟକଣା। ସିଏମ୍ସି ଅଞ୍ଚଳରେ କୌଣସି ସର୍ବସାଧାରଣ ସ୍ଥାନରେ ଛଟ୍ ପୂଜା ପାଳନ କରାଯାଇ ପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନାନୁଯାୟୀ , କାଳୀପୂଜା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରରେ ମୁତୟନ ହେବେ ୧୨ ପ୍ଲାଟୁନ୍ ଫୋର୍ସ। ୧୪ଟି ଏଡ୍ ପୋଷ୍ଟ ପ୍ରତିଷ୍ଠା ସହ ୧୦୪ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ୱ ଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ କଟକ ସହରରେ ୭୧ଟି କାଳୀମେଢ଼ ପୂଜା ପାଉଛନ୍ତି।