ସମ୍ବର ନଦେବାରୁ ଫାଇନ ଦେଲେ ମାଲିକ

0

ପାଟନା: ଦୋଷା ସାଙ୍ଗରେ ସମ୍ବର ନ ଦେବାରୁ ମାଲିକଙ୍କୁ ଦେବାକୁ ପଡିଛି ଫାଇନ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ । ଏପରି ଏକ ଘଟଣା ଘଟିଛି ବିହାରରେ । ଜଣେ ଗ୍ରାହକ ରେସ୍ତୋରାଁରେ ଦୋଶା ଖାଇବାକୁ ଯଇିଥିଲେ । ସେଠାରେ ତାଙ୍କୁ ସ୍ପେଶାଲ ମଶଲା ଦୋସା ସହିତ ସମ୍ବର ନଦେବାରୁ ରେସ୍ତେରାଁ ଉପରେ ଖାଉଟି ଅଦାଲତ ୩,୫୦୦ ଟଙ୍କା ଜୋରିମାନା କରିଛନ୍ତି। ତା ସହ ରେସ୍ତେରାଁ ମାଲିକଙ୍କୁ କୁହାଯାଇଛି ୪୫ ଦିନ ମଧ୍ୟରେ ଜୋରିମାନା ଅର୍ଥ ପଠାଇବାକୁ । ଯଦି ୪୫ ଦିନ ମଧ୍ୟରେ ଅର୍ଥ ନଦେବେ ତା’ହେଲେ ୮ପ୍ରତିଶତ ସୁଧ ବୃଦ୍ଧି ଦେବେ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି ।

ମିଳିଥିବା ଖବର ଅନୁସାରେ ବକ୍ସରର ନାମକ ଏକ ରେସ୍ତୋରଂକୁ ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଆଇନଜୀବୀ ମନୀଷ ଗୁପ୍ତା ଖାଇବାକୁ ଆସିଥିଲେ । ଖାଇ ସାରି ସେ ଏକ ସ୍ପେଶାଲ ମସଲା ଦୋସା ପାର୍ସଲ ଦେବାକୁ କହିଥିଲେ। । ଉକ୍ତ ଦୋସା ବାବଦକୁ ୧୪୦ ଟଙ୍କା ଦେଇଥିଲେ । କିନ୍ତୁ ଘରେ ପହଞ୍ଚି ଦୋସା ପାର୍ସଲ ଖୋଲିବାରୁ ତାଙ୍କୁ ସମ୍ବର ଦେଇ ନଥିଲେ । ଏହା ଦେଖି ସେ ରାଗି ଯାଇଥିଲେ ଓ ପରେ ପୁଣି ରେସ୍ତୋରାଁକୁ ଆସି କାହିଁକି ସମ୍ବର ଦେଲ ନାହିଁ ବୋଲି ପଚାରିଥିଲେ। ପଚାରିବାରୁ ରେସ୍ତେରାଂ ମାଲିକ ତାଙ୍କ ସହ ଯୁକ୍ତ କରିଥିିଲେ ଆଉ କହିଥିଲେ ୧୪୦ ଟଙ୍କାରେ କଣ ପୂରା ଦେକାନ କିଣିଦେ । ଏହା ପରେ ମନୀଷ ରେସ୍ତୋରାଁ ମାଲିକଙ୍କ ନିକଟକୁ ଏକ ଲିଗାଲ ନୋଟିସ୍ ପଠାଇଥିଲେ। କିନ୍ତୁ ସେ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ତା’ପରେ ମନୀଷ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ଘଟଣାର ୧୧ ମାସ ପରେ ଖାଉଟି ଅଦାଲତ ରେସ୍ତୋରାଁକୁ ଦୋଷୀ ସାବ୍ୟସ୍ତ କରି ୩,୫୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି।