ବିଜେପିର ମିଶ୍ରଣପର୍ବରେ ବିଜେଡ଼ିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପାଲଲହଡା ଅଞ୍ଚଳବାସୀ

 

କଣିହାଁ/ଜ୍ୟୋତିରଂଜନ ଧର : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ତାଳପଦା ପଂଚାୟତ ବିଜେପି ପକ୍ଷରୁ ଆଜି ଏକ ମିଶ୍ରଣପର୍ବ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ଏସ୍ସି ମୋର୍ଚ୍ଚାର ରାଜ୍ୟସ୍ତରୀୟ ତଥା ବରିଷ୍ଠ ବିଜେପି ନେତା ଅଖିଳ ଭାରତୀୟ ଚନ୍ଦନ ସ୍ୱରାଜଙ୍କ ଆହ୍ୱାନ କ୍ରମେ ଆଜି ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପାଲଲହଡା ବିଧାନ ସଭାକ୍ଷେତ୍ରର ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ଅନୁଗୋଳ ଜିଲ୍ଲାର ସର୍ବପୁରାତନ ଏ÷÷ାତିହାସିକ ତାଳପଦା ସିଂଘେଶ୍ୱର ମହାଦେବ ମନ୍ଦିର ଓ ସ୍ଥାନୀୟ ଗ୍ରାମଚଂଳକୁ ପକ୍କା ଅର୍ଥାତ୍ ସ୍ଥାୟୀ ରାସ୍ତା ନହେବା ଏବଂ ରାସ୍ତା କାମ ବାହାନାରେ ରାଜ୍ୟ ରାଜକୋଷରୁ ଲକ୍ଷାଧିକ ଟଙ୍କା ହରିଲୁଟ୍ କରିବାରେ ବିଜେଡି ସରକାର ନେତାଙ୍କୁ ଥଇଥାନ୍ କରିବା ଏକମାତ୍ର ଉଦ୍ଦେଶ୍ୟ । ନିର୍ବାଚନ ସମୟରେ ଲୋକଙ୍କୁ ଭୂଆଁ ବୋଲାଇ ମିଥ୍ୟା ପ୍ରତିଶୃତି ଦେଇ ଭୋଟ୍ ନେଇଥାନ୍ତି ବିଜେଡ଼ି ସରରକାର । ମିଥ୍ୟାର ସୈାଦାଗର ପାଲଟିଥିବା ନବୀନ ସରକାରଙ୍କୁ ଆଗାମୀ ଦିନରେ ଜନତା ଉଚିତ୍ ଜବାବ୍ ଦେବେ । ଖୁବ୍ଶିଘ୍ର ତାଳପଦା, ଦୂର୍ଗାପୁର ଓ କିଆଝାର ରାସ୍ତାକୁ ପ୍ରଧାନମନ୍ତ୍ରୀ ପକ୍କା ସଡକ ଯୋଜନାରେ ସାମିଲ୍ କରିବା ପଇଁ ଜିଲ୍ଲାପାଳଙ୍କ ନିକଟରେ ଅପିଲ୍ କରାଯିବ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଭୋଟ୍ ବ୍ୟାଙ୍କ ହାତେଇ ନୀରବଛିନ୍ନ ଶାସନ ଗାଦିରେ ବସି ମଧ୍ୟ ଲୋକଙ୍କ ଏଯାବତ ରାସ୍ତା, ପାଣି ଭଳି ମୈାଳିକ ସୁବିଧାରୁ ବଂଚିବାକୁ ପଡୁଛି ବୋଲି ରାଜି ବିଜେପି ଏସ୍ସି ମୋର୍ଚ୍ଚା ନେତା ଶ୍ରୀ ସ୍ୱରାଜ କହିଥିଲେ । ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟ ଶୈଳିରେ ପ୍ରବାହିତ ହୋଇ ବିଜେଡି ଦଳର ୨୧ ଓ କଂଗ୍ରେସ୍ ର ୩ଜଣ କର୍ମୀ ବିଜେପିରେ ସାମିଲ୍ ହୋଇଛନ୍ତି । ତାଳପଦା ଶକ୍ତିକେନ୍ଦ୍ରର ପ୍ରମୁଖ ବିଧାନ ସାହୁଙ୍କୁ ସର୍ବସମତ୍ତି ନିର୍ଦ୍ଦେଶକ୍ରମେ ଦଳପକ୍ଷରୁ ଚୟନ କରାଯାଇଥିଲା । ଆଜିର ମିଶ୍ରଣ ପର୍ବରେ ଅନ୍ୟଦଳର ୨୪ଜଣ କର୍ମୀ ମାନଙ୍କୁ ମୁଖ୍ୟଅତିଥି ଶ୍ରୀ ମହାନ୍ତି, ଜିଲ୍ଲା କମିଟି ସଦସ୍ୟ ସୁମନ୍ତ କୁମାର ପ୍ରଧାନ, ସମିତିସଭ୍ୟ ରାଜୁ ସାହୁ, ଧ୍ରୁବ ଚରଣ ଧୀର ପ୍ରମୁଖ ଫୁଲତୋଡା ଓ ଦଳୀୟ ଉତ୍ତରୀ ପ୍ରଦାନକରି ସ୍ୱାଗତ କରିଥିଲେ । ପ୍ରକାଶ ସାହୁ, ହରେକୃଷ୍ଣ ପ୍ରଧାନ, ନିର୍ମଳ ବେହେରା, ବିଧାନ ସାହୁ, ଧରଣୀ ସାହୁ, ଭୋଳାଶଙ୍କର ସାହୁ, ଭଜମନ ବେହେରା, ପ୍ରଫୁଲ ନାୟକ, ସତ୍ୟପ୍ରିୟ ମହାରଣା, ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ । ବିଜେପି ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅବସରରେ ପ୍ରତିନିଧି ତାଳପଦା, ହନୁମାନପୁର, ଦଲକ, ନାଲମ ଆଦି ଗ୍ରାମଚଂଳର ଲୋକଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କେ ପଚାରି ବୁଝିଥିଲେ ଓ ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ, ବିଜେଡି ହାତକୁ ବିଧାନସଭା ଟେକିଦେଲୁ , ହେଲେ ଏଯାବତ୍ ପାନୀୟ, ରାସ୍ତା ଭଳି ମୈାଳିକ ସୁବିଧାରୁ ବଂଚିତ ହେଉଛୁ । ଥାନାକୁ ଗଲେ ପୋଲିସ୍ ଅଭିଯୋଗ ରଖୁନି, ବ୍ଲକ୍ ଅଫିସ୍କୁ ଗଲେ ବାବୁ ମାନଙ୍କର ଦେଖାମିଳୁନି । ବଣୁଆ ହାତୀ ଫସଲ ନଷ୍ଟ କରୁଥିଲେ ମଧ୍ୟ ରେଂଜ୍ କର୍ମଚାରୀ ହାତୀକୁ ଘୋଉଡାଇବାରେ ବିଫଳ । ସଂଧ୍ୟା ହେଲେ ଘରେ କବାଟ ବନ୍ଦ୍ କରି ରହୁଛି । ବିଭିନ୍ନ ଗ୍ରାମର ଲୋକେ ଏଭଳି ନିଜର ଅସନ୍ତୋଷ ପ୍ରକାଶ କରି “ବିଜେଡି ହାତକୁ ପାଲଲହଡା ବିଧାନସଭା କ୍ଷେତ୍ର ଟେକିଦେଇ ଭୋଗୁଛୁ ହିନସ୍ତା” ଭୋଗୁଛୁ ବୋଲି ସାଧାରଣ ଜନତାଙ୍କ ମୁହଁରୁ ଏଭଳି ଶୁଣି ସ୍ଥାନୀୟ ପ୍ରତିନିଧି ତାଜୁବ୍ ହୋଇଯାଇଥିଲେ । ଗ୍ରାମାଚଂଳରେ ଏଭଳି ପରିସ୍ଥିତି ରହିଲେ ବିଜେଡି ଆସନ ପାଇବାପୂର୍ବରୁ ମାଟି କାମୁଡିବାକୁ ପଡିବ ବୋଲି ଖୋଦ୍ ସେହି ଅଂଚଳର ଜନତା ଚେତାବନୀ ଦେଇଛନ୍ତି ।