IPS ସ୍ତରରେ ଅଦଳବଦଳ: ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କଟକ ଓ ଭୁବନେଶ୍ୱର ଡିସିପି ବଦଳି ହୋଇଛନ୍ତି । କଟକର ନୂଆ ଡିସିପି ପିନାକ ମିଶ୍ର ହୋଇଥିବା ବେଳେ ଭୁବନେଶ୍ୱରର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂ । ସେହିପରି ପରିବହନ କମିଶନର ୧୯୯୬ ବ୍ୟାଚର ଆଇପିଏସ୍ ଅରୁଣ ବୋଥ୍ରା ହେଲେ ଏଡିଜି କ୍ରାଇମବ୍ରାଞ୍ଚ, ଉମାଶଙ୍କର ଦାଶ ହେଲେ ଅତିରିକ୍ତ ସିପି(ଭୁବନେଶ୍ବର-କଟକ), ୧୯୮୮ ବ୍ୟାଚର ଆଇପିଏସ୍ ଡକ୍ଟର ମନୋଜ କୁମାର ଛାବ୍ରା ହେଲେ ଜେଲ୍ ବିଭାଗ ଡିଜି, ୨୦୦୩ ବ୍ୟାଚର ଆଇପିଏସ୍ ସେଫିନ ଅହମ୍ମଦ ଆଇଜିପି HRPC, ନୀତି ଶେଖର ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ମିଳିଛି । ଜେଲ୍ ଡିଜି ଥିବା ୧୯୮୮ ବ୍ୟାଚର ଆଇପିଏସ୍ ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ମିଳିଥିବା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କ୍ରାଇମବ୍ରାଞ୍ଚ ଏଡିଜି ଥିବା ୧୯୯୪ ବ୍ୟାଚର ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି । ୨୦୦୨ ବ୍ୟାଚର ଆଇପିଏସ୍ ଗଜଭିୟେଙ୍କୁ ଆଇଜିପି କମ୍ୟୁନିକେସନ୍ ଭାବେ ବଦଳି କରାଯାଇଛି ।

ସେହିପରି ନବରଙ୍ଗପୁର ଏସପି ସ୍ମିତଙ୍କୁ ବରଗଡ଼ ଏସପି ଭାବେ ବଦଳି କରାଯାଇଛି । ସେହିଭଳି ବରଗଡ଼ ଏସପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସପି ଭାବେ ବଦଳି କରାଯାଇଥିବା ବେଳେ କଳାହାଣ୍ଡି ଏସପି ଡକ୍ଟର ସର୍ଭଣ ବିବେକଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି ।ନୟାଗଡ଼ ଏସପି ସିଦ୍ଧାର୍ଥ କଟରିଆ ଖୋର୍ଦ୍ଧା ଏସପି ଭାବେ ବଦଳି ହୋଇଛନ୍ତି । ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏସ. ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି । ଅଭିଳାଶ ଜିଙ୍କୁ କଳାହାଣ୍ଡି ଏସପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସପି ଅଲେଖ ପହିଙ୍କୁ ନୟାଗଡ଼ ଏସପି ଭାବେ ବଦଳି କରାଯାଇଛି ।