କୋଇଡା / ଆଶିଷ ବିଶ୍ୱାଳ : ଘର ଭିତରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ନାରାୟଣପୋଷ jsw ମାଇନ୍ସର ଅପରେଟର କଲୋନୀ ଘର ଭିତରୁ ମିଳିଛି ଯୁବକଙ୍କ ଝୁଲନ୍ତା ମୃତ ଦେହ । ଯୁବକ ଜଣକ ଏକ କପଡା ସାହାଯ୍ୟରେ ଝୁଲି ଥିବା ବେଳେ ତାଙ୍କର ସମ୍ପୂର୍ଣ୍ଣ ଗୋଡ଼ ଏକ ଚେୟାର ଉପରେ ଲାଗି ରହିଥିବା କୁହାଯାଉଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ଏନେଇ ବଢ଼ିଛୁ ସନ୍ଦେହ । ମୃତକ ଜଣକ ରାଜ୍ୟ ବାହାର ବୋଲି ଜଣାପଡିଛି ସେ ହଗ୍ଦଙ୍ଗ ମାଇନ୍ସ ରେ ଲୋଡ଼ର ଅପରେଟର ଭାବେ କାର୍ୟ୍ୟ କରି ଆସୁଥିଲେ । ଆଜି ଯୁବକ ଜଣକ ସକାଳ ସମୟରେ ମୋବାଇଲ ଫୋନ ଯୋଗେ କଥା ହେଉଥିବା ସାଥି ମାନେ ଦେଖିଥିବା ସୂଚନା ଦେଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ କୋଇଡା ପୋଲିସ ପହଁଚି ଆରମ୍ଭ କରିଛି ତଦନ୍ତ ।