ହିଞ୍ଜିଳି କାଟୁ/ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଦେଓଗାଁରେ ଥିବା ସରକାରୀ ରାଧାକୃଷ୍ଣ ବିଦ୍ୟାଳୟର ଏକ ଗଛ ଉପରୁ ଏକ ବିଶାଳକାୟ ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ଜଣେ ସ୍ତାନିୟ ଯୁବକ । ବିଦ୍ୟାଳୟ ପରିଷରରେ ଥିବା ସେହି ଗଛରେ ବହୁ ସମୟ ଧରି ଅହିରାଜ ସାପଟି ଥିବା ବେଳେ ଛାତ୍ରଛାତ୍ରୀ ମାନେ ପ୍ରଥମେ ଦେଖି ଶିକ୍ଷକ ମାନଙ୍କୁ ଜଣାଇଥିଲେ । ଶିକ୍ଷକ ମାନେ ଉକ୍ତ ଯୁବକଙ୍କୁ ଅବଗତ କରାଇବା ପରେ ଅତି ସତର୍କତାର ସହ ସାପକୁ ଗଛରୁ ଉଦ୍ଧାର କରି ପୋଲସରା ହାତିବାରି ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଥିବା ଜଣାପଡିଛି ।