ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନେପୁ ପକ୍ଷରୁ ଅନୁରୋଧ

ଅନୁଗୋଳ/ସୁଧାକର ସାହୁ: ଅନୁଗୋଳ ଜିଲ୍ଲାରେ ଥିବା ନବରତ୍ନ କମ୍ପାନୀ ନାଲକୋ ଧୀରେ ଧୀରେ ନିଜର ଶିରି ହରାଇ ବସୁଛି । କୋଇଲା ସଙ୍କଟ, କର୍ମଚାରୀଙ୍କ ଏରିୟର, ବୋନସର ବ୍ୟବସ୍ଥା ହେଉ ସବୁ ସମୟରେ ଚଳିତ ସିଏମଡି ନିଜର ନିଜର ମନୋମୁଖୀ କାର୍ଯ୍ୟ କରି ଚାଲିଛନ୍ତି ଯାହାର ପ୍ରତିବାଦ ରେ ନେପୁ ବାରମ୍ବାର ଆନ୍ଦୋଳନ, ଦାବି ପତ୍ର ଓ ଧାରଣା ଦେଇ ନାଲକୋ ଅଧ୍ୟକ୍ଷ ଓ ପ୍ରସାଶନକୁ ଚେତାଇ ଆସୁଛି । ଆଜି ନେପୁ ୟୁନିୟନର ସଭାପତି ବ୍ରଜକିଶୋର ପ୍ରଧାନଙ୍କ ନିର୍ଦେଶ କ୍ରମେ ସାଧାରଣ ସମ୍ପାଦକ ବୈରାଗୀ ସେଠଙ୍କ ନେତୃତ୍ୱରେ ନେପୁର ନିଜସ୍ଵ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ନାଲକୋ ଅଧ୍ୟକ୍ଷଙ୍କ ଅପାରଗତା, ନାଲକୋ କର୍ମଚାରୀଙ୍କ ପ୍ରତି ତାଙ୍କର ବୈମାତୃକ ମନୋଭାବ, ନାଲକୋକୁ କିପରି ଘରୋଇ କରଣ କରିବାକୁ କିଛି ସଂଗଠନକୁ ହାତ ବାରିସି କରି ଏଭଳି ହୀନ ଚକ୍ରାନ୍ତ ଚଳାଇ ଆସୁଛନ୍ତି ତାହାର ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି |

ଗତ କିଛି ଦିନ ହେବ ନାଲକୋ ଘୋର କୋଇଲା ସଙ୍କଟ ଦେଇ ଗତି କରୁଛି, ନାଲକୋର ନିଜସ୍ୱ କୋଇଲା ଖଣି ଥାଇ ମଧ୍ୟ ଆବଶ୍ୟକ ହେଉଥିବା କୋଇଲା ଯୋଗାଣ ହୋଇପାରୁ ନାହିଁ ଯାହାକୁ ନେଇ ନାଲକୋ ସଙ୍କଟରେ ଥିବା ନେପୁର ସାଧାରଣ ସମ୍ପାଦକ ବୈରାଗୀ ସେଠ ପ୍ରକାଶ କରିବା ସହ ଏଥି ପାଇଁ ନାଲକୋ ଅଧ୍ୟକ୍ଷ ସମ୍ପୂର୍ଣ୍ଣ ଭାବରେ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ୟୁନିଫର୍ମ ପ୍ରଦାନ, ବୋନସ, ସ୍କୁଲ ଗୁଡିକରେ ଶିକ୍ଷକ ଅଭାବ, ନାଲକୋ କଲୋନୀର ସୁରକ୍ଷା ଆଦି ବିଷୟ ଗୁଡିକ ଉପରେ ବାରମ୍ବାର ଆଲୋଚନା କରାଯାଉଥିଲେ ମଧ୍ୟ ତାହାର କୌଣସି ସ୍ଥାୟୀ ସମାଧାନ ହୋଇ ନ ପାରିବାରୁ ନେପୁ ପକ୍ଷରୁ ଅଭିଯୋଗ ହୋଇଛି।