ବାରମ୍ବାର ନଖ ଭାଙ୍ଗୁଥିଲେ ଆପଣାନ୍ତୁ ଏହି ଟିପ୍ସ….

0

ଅନେକ ଝିଅ ଅଛନ୍ତି ଯେଉଁମାନେ ନିଜ ନଖ ବଢାଇବାକୁ ଚାହାନ୍ତି। କିନ୍ତୁ ଶୀତ ଦିନେ ନଖ ଭାଙ୍ଗିବା ସ୍ବାଭାବିକ କଥା। ଆଉ ଏହାକୁ ନେଇ ଚିନ୍ତାରେ ଅନେକ ଝିଅ ରହୁଛନ୍ତି । ନିଜକୁ ସବୁବେଳେ ସୁନ୍ଦର ରଖିବା ପ୍ରତ୍ୟେକ ଝିଅର ଲକ୍ଷ୍ୟ। ଆଉ ଏବେ ସବୁ ଝିଅ ସୁନ୍ଦର ନଖ ବଢାଉଛନ୍ତି। ଯାହାର ନଖ ନାହିଁ ସେମାନେ ନେଲ୍ସ ଏକ୍ସଟେନ୍ସନ ବି କରୁଛନ୍ତି ।

ତେବେ ଶୀତ ଦିନରେ ନଖ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ଥଣ୍ତା ଏବଂ ଶୁଷ୍କ ପରିବେଶର ଆର୍ଦ୍ରତା ଅଭାବ।  ଫଳରେ ଚର୍ମ ଓ ନଖ ଶୁଖିଯାଏ। ଥଣ୍ତା ଫଳରେ ନଖ ଦୁର୍ବଳ ହୋଇଯାଏ, ଯାହା ସହଜରେ ଭାଙ୍ଗିଯାଏ। କେବଳ ଏତିକି ନୁହେଁ ଲୋକମାନେ ଶୀତଦିନେ କମ ପାଣି ପିଅନ୍ତି। ଯାହା ଦ୍ବାରା ଶରୀର ଭିତରେ ବାହାରେ ପାଣିର ଅଭାବ ଦେଖାଯାଏ।

ଏହାର ପ୍ରଭାବ ନଖ ଉପରେ ମଧ୍ୟ ପଡେ। ତେବେ ଚାଲନ୍ତୁ ଜାଣିବା ଏମିତି କିଛି ଉପଚାର ବିଷୟରେ , ଯଦ୍ବାରା ଆପଣ ଆପଣଙ୍କ ନଖର ଯତ୍ନ ନେଇପାରିବେ। ଶୀତଦିନରେ ନିଜ ଶରୀର ସହ ନଖରେ ଭଲ ଭାବରେ ମଏଶ୍ଚରାଇଜର ଲଗାନ୍ତୁ। କିଛି ନହେଲେ ରାତିରେ ନଖରେ ମଶ୍ଚରାଇଜର ଲଗାଇ ମାଲିସ କରନ୍ତୁ। ଯଦି ଆପଣ ନଖକୁ ବେଶି ସମୟ ପର୍ଯ୍ୟନ୍ତ ପାଣିରେ ଓଦା କରି ରଖୁଛନ୍ତି ତେବେ ଅଧିକ ଭାଙ୍ଗିବାର ସମସ୍ୟା ହୁଏ। ତେଣୁ ଏହି ଋତୁରେ ନଖକୁ ପାଣିରେ ବେଶୀ ସମୟ ଓଦା କରି ରଖନ୍ତୁ ନାହିଁ।  ବାସନ ଧୋଇବା କିମ୍ବା ଘର କାମ କରିବା ସମୟରେ ଗ୍ଲୋଭସ ପିନ୍ଧନ୍ତୁ।

ଶୀତ ଦିନରେ ସବୁବେଳେ ନଖ କାଟିବା ସହ ନଖ କାମୁଡିବା ଅଭ୍ୟାସ ଛାଡି ଦିଅନ୍ତୁ। ଏହି ଦିନରେ ନଖରେ ବାରମ୍ବାର ନେଲପଲିସ୍ ରିମୁଭର ବ୍ୟବହାର କରନ୍ତୁ ନାହିଁ। କାରଣ ଏଥିରେ ଏସିଟୋନ୍ ଥାଏ। ଶୀତଦିନେ ସାଧାରଣତଃ ଶରୀରରେ ଭିଟାମିନ ଡି ଅଭାବ ହୋଇଥାଏ। କାରଣ ସୂର୍ଯ୍ୟ କିରଣ କମ ଥାଏ।

ଏହା ସହିତ, ଯଦି ଖାଦ୍ୟରେ ବାୟୋଟିନ, ପ୍ରୋଟିନ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକତତ୍ତ୍ବର ଅଭାବ ଥାଏ, ତେବେ ନଖ ଦୁର୍ବଳ ହୋଇଯିବ। ତେଣୁ ନଖ ସହ ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ।