ସରୁଛି ମନୀଷ ସିସୋଦିଆଙ୍କ ରିମାଣ୍ଡ

0

ନୂଆଦିଲ୍ଲୀ: ଆଜି ସରୁଛି ମନୀଷ ସିସୋଦିଆଙ୍କ ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡ ଅବଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରାଯାଇଛି ରିମାଣ୍ଡ । ଗତ ୪ତାରିଖରେ ସିସୋଦିଆଙ୍କ ରିମାଣ୍ଡ ଅବଧିକୁ ଆଉ ବଢାଇଥିଲେ ରାଉଜ ଆଭେନ୍ୟୁକୋର୍ଟ । ପ୍ରଥମେ ସିବିଆଇ ୫ଦିନ ଓ ପରେ ୩ଦିନ ରିମାଣ୍ଡ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ ଅନୁମତି ଦେଇଥିଲେ ।
ଅନ୍ୟପଟେ ଆସନ୍ତା ୧୦ ତାରିଖରେ ସିସୋଦୀଆଙ୍କ ଜାମିନ ଆବେଦନର ହେବ ପରବର୍ତ୍ତୀ ଶୁଣାଣି । ଗତ ୨୬ ତାରିଖରେ ମଦ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗରଫ କରିଥିଲା ସିବିଆଇ ।