ମେ ୧୫ରେ ସରିବ ପିଏମ ଆବାସ ଯୋଜନା ପାଇଁ ପଞ୍ଜିକରଣର

ଭୁବନେଶ୍ୱର: ମେ ୧୫ ତାରିଖରେ ଶେଷ ହେବ ପିଏମ ଆବାସ ଯୋଜନାରେ ପଞ୍ଜ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ମନ୍ତ୍ରୀ କହିଛନ୍ତି , ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଲା । ୩୪ ରୁ ୩୫ ଲକ୍ଷ ଲୋକ ପିଏମ୍ ଆବାସ ପଞ୍ଜୀକରଣ କଲେଣି । ୧୫ତାରିଖ ପରେ ଘର ଘର ବୁଲି କିଏ ଯୋଗ୍ୟ ସର୍ଭେ କରାଯିବ । ୩ ଲକ୍ଷ ଘର ଛାତ ପଡିଲାଣି, ୫ଶହ ସ୍ଥାନରେ ରାସ୍ତା ସମସ୍ୟା ରହିଛି ବୋଲି ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି । ସର୍ଭେରେ ଅବହେଳା ହୋଇଥିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।କେନ୍ଦ୍ର ସରକାରଙ୍କୁ ଚୂଡାନ୍ତ ତାଲିକା ପଠାଯିବ । କେନ୍ଦ୍ର ଅର୍ଥ ଦେଲା ପରେ ରାଜ୍ୟ ସରକାର ନିଜର ଭାଗ ଦେବେ । ତେବେ ପୂର୍ବ ସରକାର ଯଦି ତାଲିକା ପ୍ରସ୍ତୁତ କରିଥାନ୍ତେ , ତେବେ ରାଜ୍ୟକୁ ଆହୁରି ଘର କେନ୍ଦ୍ର ଠାରୁ ମିଳି ସାରିଥାନ୍ତା । ତେଣୁ ତାଲିକା ନଥିବାରୁ ଲୋକ ମାନେ ଘର ପାଇବାରୁ ବଞ୍ଚିତ ହେଲେ କହିଛନ୍ତି ରବି ନାରାୟଣ ।