(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଅନଗୁଳ ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ରାଜ୍ୟରେ ଆଜି ଏକାଥରରେ ୫୮ଟି କୋରୋନା ପଜେଟିଭ ଚିହ୍ନଟ ହୋଇଥିଲା । ସେଥିରୁ କେବଳ ୧୩ ଜଣ ଅନଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଥିଲା । ୧୧ ଜଣ ସୁରତରୁ ଫେରିଥିବା ବେଳେ ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିଲା । ତେବେ ଏହି ଆକ୍ରାନ୍ତ ଜାହାକି ଅନଗୁଳ ଜିଲ୍ଲାରୁ ପ୍ରଥମ ଚିହ୍ନଟ ହୋଇଛି । ପ୍ରଥମ ଥର ପାଇଁ ଆଜି ୧୩ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ରେଡ ଜୋନ ଘୋଷଣା କରାଯାଇଛି । ରାଜ୍ୟରେ ୫ଟି ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ ରେଡ ଜୋନରେ ରହିଛି । ଅନୁଗୁଳ ଜିଲ୍ଲାକୁ ମିଶାଇ ରାଜ୍ୟରେ ୨୦ ଟି ଜିଲ୍ଲାକୁ ଛୁଇଁଲା କୋରୋନା । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୮୧ ଜଣ ଚିକିତ୍ସାଧିନ ଥିବା ବେଳ ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।