କଳାହାଣ୍ଡି / ଜନକ ପୋଡା: ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ। ଚାଷ ଜମିରେ ମାଡିଗଲା କାଦୁଅ ପାଣି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଥିବା ବେଦାନ୍ତ କମ୍ପାନୀର ବସନ୍ତପଡାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଆଜି ଭୁଶୁଡି ପଡିଛି। ଫଳରେ ବସନ୍ତପଡା ସମେତ ବନ୍ଧଗୁଡା, ତୁରିଗୁଡାରେ ହେକ୍ଟର ହେକ୍ଟର ଚାଷ ଜମିରେ କାଦୁଅ ପାଣି ମାଡି ଯାଇଛି।
ଲାଲ୍ ମାଟି ପାଣି ମାଡିଯାଇଥିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଡଷ୍ଟ ପାଣି ଚାଷ ଜମି ରେ ମାଡିଯାଇ, ରାସ୍ତା , ନଦୀ ବ୍ରିଜ ରେ ପାଣି ମିଶୁଛି।ଡଷ୍ଟ ପାଣି ବହିବା ଦ୍ବାରା ଚାଷ ନଷ୍ଟ ହୋଇ ଚାଷୀ ଙ୍କ କ୍ଷୟକ୍ଷତି ଘଟିଛି। ନଦୀ ରେ ପାଣି ମିଶିବା ଦ୍ବାରା ଚର୍ମ ରୋଗର ଆଶଙ୍କା ରହିଛି। କମ୍ପାନୀ ଦ୍ଵାରା ନିର୍ମାଣ ହୋଇଥିବା ଏହି ପଣ୍ଡକୁ ଠିକ୍ ଭାବରେ ରକ୍ଷଣାବେକ୍ଷଣା କରାଯାଉନଥିବାରୁ ଏଭଳି ସ୍ଥିତି ଉପଜିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ବେଦାନ୍ତ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।