ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଆଳୁ ଲଲିପପ ।
ଆବଶ୍ୟକୀୟ ସାମଗ୍ରୀ: ସିଝା ଆଳୁ,ଅଦା ରସୁଣ ପେଷ୍ଟ,ଚିଲି ସସ,ଟମାଟୋ ସସ,ସିଜୁଆନ ସସ,କଟା ପିଆଜ,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ,ରିଫାଇନ ତେଲ,ସ୍ୱାଦଅନୁସାରେ ଲୁଣ,ଗୁଣ୍ଡ ହୋଇଥିବା ବ୍ରେଡ,କଟା କଞ୍ଚାଲଙ୍କା,ରସୁଣ, ଧନିଆ ପତ୍ର । ଏହା ସହ ଲଲିପପକୁ ସ୍ୱାଦିଷ୍ଟ କରିବା ପାଇଁ ମଇଦାରେ ଲୁଣ,ପାଣି ଓ ଚିଲିଫ୍ଲେକ୍ସ ଏକ ମିଶ୍ରଣ ରଖନ୍ତୁ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ରଖିନ୍ତୁ ଓ ବ୍ରେଡକୁ ଗୁଣ୍ଡ କରି ରଖନ୍ତୁ । ମଇଦାରେ ଲୁଣ,ଚିଲି ଫେକ୍ସ ଓ ଅଳ୍ପ ପାଣି ମିଶାଇ ଭଲ ଭାବରେ ଗୋଳାଇ ରଖନ୍ତୁ । ସିଝା ଆଳୁରେ ଅଦାରସୁଣ ବଟା,ହଳଦୀ ଗୁଣ୍ଡ,ଲଙ୍କାଗୁଣ୍ଡ,କଟା କଞ୍ଚାଲଙ୍କା, ଧନିଆ ପତ୍ର,କଟା ପିଆଜ,ବ୍ରେଡ ଗୁଣ୍ଡ ଓ ସ୍ୱାଦଅନୁସାରେ ଲୁଣ ପକାଇ ଗୋଳାନ୍ତୁ । ଆଳୁ ଚକଟାକୁ ଗୋଲ ଗୋଲ କରି ପ୍ରସ୍ତୁତ ମଇଦା ଘୋଳରେ ବୁଡାଇ ବ୍ରେଡ ଗୁଣ୍ଡରେ ରୋଲ କରି ରଖନ୍ତୁ । ଗ୍ୟାସ ଲଗାଇ କଡେଇରେ ତେଲ ଗରମ କରନ୍ତୁ ଏବଂ ଗଢା ଆଳୁ ଗୋଲାକୁ ଛାଣି ଦିଅନ୍ତୁ । ଏହାପରେ ପୁଣି ଏକ ପ୍ୟାନରେ ତେଲ ଗରମ କରି ରସୁଣ କଟା,ଟମାଟୋ ସସ, ସିଜୁଆନ ସସ,ଚିଲି ସସ ଓ ଅଳ୍ପପାଣି ଦେଇ ଭଲ ଭାବରେ ଗୋଳାନ୍ତୁ । ପରେ ପ୍ରସ୍ତୁତ ସସରେ ଛଣା ହୋଇଥିବା ଆଳୁର ବଲକୁ ପକାଇ ଗୋଳାଇ ଦିଅନ୍ତୁ ଓ ସେଥିରେ କାଠି ଲଗାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆଳୁ ଲଲିପପ ।