ଭୁବନେଶ୍ୱର : ଆଜି ସକାଳୁ ମୋବାଲରେ ଆସୁଛି ଏମରଜନ୍ସି ଆଲର୍ଟ । ମୋବାଇଲରେ ଜରୁରୀ କାଳୀନ ସୂଚନା ଦେବା ଭଳି ଏକ ମେସେଜ ଆସୁଛି । ତେବେ ଏହି ମେସେଜ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ଏହି ମେସେଜ କିଏ ଓ କାହିଁକି ଦେଉଛି, ଏହା ପଛରେ ଉଦେଶ୍ୟ କଣ ଚିନ୍ତାରେ ପଡୁଛନ୍ତି ।
ସୂଚନା ଅନୁସାରେ ଏହା କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଏକ ପ୍ରକାର ପରୀକ୍ଷା । ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି ।
ଯେଉଁଥିରେ ଲେଖା ହୋଇଛି … ଏହା ହେଉଛି ଟେଲିକମ୍ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ସେଲ୍ ବ୍ରୋଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିବା ଏକ ନମୁନା ପରୀକ୍ଷା ବାର୍ତ୍ତା । ଦୟାକରି ଏହି ସନ୍ଦେଶକୁ ଅଣଦେଖା କରନ୍ତୁ , କାରଣ ଏହା ଆପଣଙ୍କ ତରଫରୁ କୌଣସି ପଦକ୍ଷେପ ଆବଶ୍ୟକ କରେ ନାହିଁ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅଲ ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରିବାକୁ ଏହି ବାର୍ତ୍ତା ପଠାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବାକୁ ଏବଂ ଜରୁରୀକାଳୀନ ସମୟରେ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବାକୁ ସିଷ୍ଟମ୍ ଲକ୍ଷ୍ୟ ରଖିଛି। ଟାଇମଷ୍ଟ୍ୟାମ୍ପ: 25-10-2023 12:41 PM 32 ।