ଆପଲ ମଫିନ

(ରିପୋର୍ଟସ ଟଡ଼େ/ ଶୁଭସ୍ମିତା ଦାଶ ): ସ୍ୱାସ୍ଥ୍ୟ ପାଇଁ ହିତକର ସେଓ । ଆପଣ ଫଳକୁ ସେଓ ଭାବରେ ଖାଇଥିବେ ।କେବେ ସେଓକୁ ବ୍ୟବହାର କରି ଏକ ଡ଼ିସ ପଅସ୍ତୁତ କରିଛନ୍ତି କି । ତେବେ ଆସନ୍ତୁ ପ୍ରସ୍ତୁତ କରିବା ସେଓକୁ ନେଇ ଆଇଟମ ।
ଆବଶ୍ୟକୀୟ ସାମଗ୍ରୀ: ସେଓ , ମଇଦା, କଣ୍ଡେନ୍ସଡ଼ ମିଲ୍କ , ଚିନି ପାଉଡ଼ର , ଗୁଜୁରାତି ଗୁଣ୍ଡ , କ୍ଷୀର, ଘିଅ, ବେକିଂ ସୋଢା ଓ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ସେଓକୁ ଭଲଭାବେ ଧୋଇ ସିଝାଇ ଦିଅନ୍ତୁ । ସେଓ ସିଝିଗଲା ପରେ ତାକୁ କାଢି ଚକଟି ଦିଅନ୍ତୁ । ତା’ପରେ ସେଥିରେ ମଇଦା ପକାନ୍ତୁ । ମଇଦା ପକାଇବା ପରେ ବେକିଂ ସୋଢା ଓ ପାଉଡ଼ର ପକାନ୍ତୁ ଏବଂ କ୍ଷୀର ପକାଇ ଗୋଳାଇ ଦିଅନ୍ତୁ । ତା’ପରେ କଣ୍ଡେନ୍ସଡ଼ ମିଲ୍କ , ଘିଅ, ଲୁଣ , ଚିନି , ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାନ୍ତୁ । ଯଦି ମିଶ୍ରଣ ବହଳିଆ ଲାଗିବ , ତା’ହେଳେ ସେଥିରେ କିଛି କ୍ଷୀର ମିଶାଇ ପାରିବେ । ଏବେ ଓଭେନକକୁ ୧୮୦ ଡ଼ିଗ୍ରୀରେ ଗରମ କରନ୍ତୁ । ଏହାପରେ ମଫିନ ଟ୍ରେ , ରେ ତେଲ କିମ୍ବା ବଟର ଲଗାଇ କେକ ମିଶ୍ରଣକୁ ପକାଇ ଓଭେନରେ ରଖନ୍ତୁ । ଏହା ବ୍ୟତୀତ ଆପଣ ପେପର କପ ମଧ୍ୟ ବ୍ୟବହାର କରିପାରିବେ । ୨୦ ମିନିଟ ପରେ ମଫିନ ଟ୍ରେକୁ ଓଭେନ ଭିତରୁ ବାହାର କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆପଲ ମଫିନ ।