(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଚିଙ୍ଗୁଡ଼ିକୁ ଭଲ ଭାବରେ ଧୋଇ ଦିଅନ୍ତୁ । ମ୍ୟାରେନେଟ ପାଇଁ ଚିଙ୍ଗୁଡ଼ିରେ ଲଙ୍କା , ଗୁଣ୍ଡ, ହଳଦୀ ଗୁଣ୍ଡ , ସ୍ୱାଦଅନୁସାରେ ଲୁଣ ଓ ଲେମ୍ବୁ ରସ ପକାନ୍ତୁ । ଭଲ ଭାବରେ ମିଶାଇ କିଛି ଘଂଟା ରଖି ଦିଅନ୍ତୁ । ଏହାପରେ ଚିଙ୍ଗୁଡ଼ିରେ ବେସନ କିମ୍ବା କର୍ଣ୍ଣଫ୍ଲୋର କିମ୍ବା ଚାଉଳ ଗୁଣ୍ଡ ପକାନ୍ତୁ । ପତଳା କରି କଟା ହୋଇଥିବା ପିଆଜ , ଭୃସଙ୍ଗ ପତ୍ର ଏବଂ ପୋଦିନା ପତ୍ର ପକାନ୍ତୁ । ଗୋଟିଏ ଛୋଟ କଟା କଞ୍ଚାଲଙ୍କା , ଅଦା , ରସୁଣ ବଟା, ଗରମ ମସଲା ଗୁଣ୍ଡ , ସମାନ୍ୟ ଲୁଣ ଆଦି ପକାଇ ଗୋଳାନ୍ତୁ ।
ଏବେ ତେଲ ଗରମ କରନ୍ତୁ । ଗରମ ହେବା ପରେ ଗୋଳାଇ ରଖିଥିବା ଚିଙ୍ଗୁଡ଼ିକୁ ଛାଣନ୍ତୁ ଓ ଚିଙ୍ଗୁଡ଼ି ବ୍ରାଉନ କଲର ହେବା ପରେ ବାହାର କରି ସର୍ଭ କରନ୍ତୁ ଗରମ ଗରମ ପ୍ରନ ପକୋଡ଼ା