ରଶୁଣ ଟମାଟୋ ଚଟଣୀ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆବଶ୍ୟକୀୟ ସାମଗ୍ରୀ- ୭ରୁ ୮ଟି ବଡ ରଶୁଣ, ୧ କପ୍ କଟା ଟମାଟୋ, ୧ ଟିସ୍ପୁନ ତେଲ, ୧ଟି ପିଆଜ, କଟା କାଶ୍ମୀରୀ ଲଙ୍କା, ଲୁଣ ସ୍ଵାଦ ଅନୁସାରେ, କଟା ଧନିଆ, କଟା ପିଆଜ ପତ୍ର।
ବିଧି- କଢାଇରେ ତେଲ ଗରମ କରନ୍ତୁ। ଏଥିରେ କଟା ପିଆଜ ଏବଂ ରଶୁଣ ପକାଇ ଭାଜନ୍ତୁ। ୪ ରୁ ୫ ମିନିଟ୍ ଭାଜିଲା ପରେ ଲଙ୍କା ଓ ଲୁଣ ପକାନ୍ତୁ। ଏହାକୁ ମଧ୍ୟମ ଆଞ୍ଚରେ ୧ ମିନିଟ ଯାଏଁ ଭାଜନ୍ତୁ। ଏଥିରେ ଏବେ କଟା ଟମାଟୋ ପକାନ୍ତୁ। ୧୦ ରୁ ୧୨ ମିନିଟ୍ ଯାଏଁ ଭାଜନ୍ତୁ। ଟମାଟୋ, ପିଆଜ ଓ ରଶୁଣ ଭଲ ଭାବରେ ମିଶି ଗଲା ପରେ ଏଥିରେ କଟା ଧନିଆ ପତ୍ର ପକାନ୍ତୁ। ଏହାକୁ ଏକ ପାତ୍ରରେ ବାହାର କରି ଗରମ ଗରମ ପରଷି ଦିଅନ୍ତୁ।