(ରିପୋର୍ଟସ ଟୁଡ଼େ /ଶୁଭସ୍ମିତା ଦାଶ ): ଆବଶ୍ୟକ ସାମଗ୍ରୀ: ଚିକେନ : ୧ କିଗ୍ରା,ଅଦା/ରସୁଣ ପେଷ୍ଟ: ୩ ଚାମଚ, ପିଆଜ: ୩ଟି, ହଳଦୀ ଗୁଣ୍ଡ: ୨ ଚାମଚ, ଜିରା ଗୁଣ୍ଡ: ୧ ଚାମଚ, ଚାର୍ଟ ମସଲା: ଅଧା ଚାମଚ, ଧନିଆ ଗୁଣ୍ଡ: ୧ ଚାମଚ, ପାନମଧୁରୀ ଗୁଣ୍ଡ: ୧ ଚାମଚ,
ଲଙ୍କା ଗୁଣ୍ଡ: ୧ ଚାମଚ ,ଛୋଟ ଛୋଟ କଟା ଶୁଖିଲା ଲଙ୍କା: ୧ ଚାମଚ ,ଦହି: ୧୦୦ ଗ୍ରାମ୍ ,ଅମୂଲ କ୍ରିମ୍: ୧ ଚାମଚ ,ଧଳା ରାଶି(ଭଜା ଯାଇଥିବା): ଅଧା ଚାମଚତେଲ: ୮ ଚାମଚ ଧନିଆ ପତ୍ର: ଅଧା ଚାମଚ ସ୍ବାଦ ଅନୁଯାୟୀ ଲୁଣ,
ପ୍ରସ୍ତୁତିପ୍ରଣାଳୀ:
ପ୍ରଥମେ ଛୋଟ ଛୋଟ କରି କଟାଯାଇଥିବା ଚିକେନକୁ ଭଲ ଭାବେ ଧୋଇ ଦେବେ। ନିଅାଁରେ ପ୍ୟାନ ବସାଇ ତେଲ ଗରମ କରିବେ। ତେଲ ଗରମ ହୋଇଗଲା ପରେ ଏଥିରେ ଚିକେନ ପକାଇ ଛାଣିବେ। ବାଉନ ରଙ୍ଗ ହୋଇଗଲେ ଚିକେନକୁ କାଢିଦେବେ। ଛଣା ଯାଇଥିବା ତେଲରେ ଅଦାରସୁଣ ପେଷ୍ଟ ଓ ହଳଦୀ ଗୁଣ୍ଡ ପକାଇ ମସଲା କରିବେ। ଏହା ମିଶିଯିବା ପରେ ପୂର୍ବରୁ ଛଣାଯାଇଥିବା ଚିକେନକୁ ଏହି ମସଲାରେ ପକାଇବେ। ସେଥିରେ ପୂର୍ବରୁ ଛଣାଯାଇଥିବା ପିଆଜ, ଶୁଖିଲା ଲଙ୍କା, ପକାଇବେ। ଏହାପରେ ଚାର୍ଟ ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଦହି ଏବଂ ସ୍ବାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇବେ। କିଛି ସମୟ ଏହାକୁ କସିବା ପରେ ଅଳ୍ପ ପାଣି ଦେଇ ୧୫ରୁ ୨୦ ମିିନିଟ ପର୍ୟ୍ୟନ୍ତ ଏହାକୁ ଘୋଡାଇବେ। ମଝିରେ ମଝିରେ ଢାଙ୍କୁଣୀ କାଢ଼ି ଏହାକୁ ଗୋଳାଇ ଦେଉଥିବେ। ପରେ ଏଥିରେ ମେଥିପତ୍ର ପକାଇ ଏହାକୁ ଗୋଳାଇ ଓହ୍ଲାଇ ଦେବେ। ପ୍ଲେଟରେ କାଢ଼ି ଛୋଟ ଛୋଟ କଟାଯାଇଥିବା ଧନିଆ ପତ୍ର, ଅମୂଲ କ୍ରିମ୍ ଏବଂ ଭଜା ଧଳା ରାଶିକୁ ପକାଇ ଗରମ ଗରମ ପରଷିଦେବେ।