(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସାମଗ୍ରୀ: ମଇଦା ଲୁଣ , ଶୁଖିଲା ,ପୋଦିନା ପତ୍ର , ଲାଲ ଲଙ୍କା ଗୁଣ୍ଡ , ପନିର , ବ୍ରେଡ଼କ୍ରମ୍ବ ଓ କର୍ଣ୍ଣଫ୍ଲୋର ।
ପ୍ରଥମେ ଏକ ପାତ୍ରରେ ମଇଦା , ଲୁଣ , ଶୁଖିଲା ପୋଦିନା , ଲାଲ ଲଙ୍କା ପକାଇ ମିଶାନ୍ତୁ । ଏବେ ଆଉ ଏକ ପାତ୍ରରେ ବ୍ରେଡ଼କ୍ରମ ନିଅନ୍ତୁ । ଏହା ପରେ ଅନ୍ୟ ଏକ ଛୋଟ ପାତ୍ରରେ ଦୁଇ ଚାମଚ କର୍ଣ୍ଣଫ୍ଲୋରରେ କିଛି ପାଣିରେ ମିଶାଇ ରଖନ୍ତୁ । ବର୍ତମାନ ପନିରକୁ ରଖିଥିବା କର୍ଣ୍ଣଫ୍ଲୋର ପାଣିରେ ବୁଡ଼ାନ୍ତୁ ଏବଂ ଏହାପରେ ରଖିଥିବା ମଇଦା ମିଶ୍ରଣରେ ବୁଡ଼ାନ୍ତୁ । ଶେଷରେ ବ୍ରେଡ଼କ୍ରମ୍ବର ବୁଡ଼ାଇ ଛାଣନ୍ତୁ । ଏହାକୁ ମୋମୋ ବା ପୋଦିନା ଚଟଣୀ ସହିତ ପରଷନ୍ତୁ ।