(ଋିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆବଶ୍ୟକ ସାମଗ୍ରୀ ପାଳଙ୍ଗ ଶାଗ: ୨୫୦ ଗ୍ରାମ୍ , ପିଆଜ: ୭୫ ଗ୍ରାମ୍ ,ଟମାଟୋ: ୫୦ ଗ୍ରାମ୍ ,ଅଦା: ୧୦ ଗ୍ରାମ୍ ,ରସୁଣ: ୨୦ ଗ୍ରାମ୍ କଞ୍ଚାଲଙ୍କା: ୫ଟି ,ଗୋଟା ଜିରା: ୫ ଗ୍ରାମ୍ ତେଲ: ୫୦ ଗ୍ରାମ୍ ,ସୁଇଟ୍ କର୍ନ: ୨୫ ଗ୍ରାମ୍ ,ପନିିର: ୨୫ ଗ୍ରାମ୍ ଜିରାଗୁଣ୍ଡ: ୫ ଗ୍ରାମ୍ ,ଚିନି: ୫ ଗ୍ରାମ୍ ବଟର: ୧୦ ଗ୍ରାମ୍ ,ଅମୁଲ କ୍ରିମ୍: ୨୫ ଗ୍ରାମ୍
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପାଳଙ୍ଗ ଶାଗକୁ କାଟି ଭଲ ଭାବେ ଧୋଇ ସିଝାଇଦେବେ। ଏହା ଥଣ୍ଡା ହୋଇଗଲା ପରେ ବାଟି ଦିଅନ୍ତୁ। ଅଦା, ରସୁଣ, ଲଙ୍କା ଓ ପିଆଜକୁ କିମା କରି ଅଲଗା ପାତ୍ରରେ ରଖନ୍ତୁ। ଟମାଟୋକୁ ପେଷ୍ଟ କରି ଏକ ପାତ୍ରରେ ରଖିଦିଅନ୍ତୁ। ଏହାପରେ କଡ଼େଇରେ ତେଲ ପକାଇ ଗରମ କରନ୍ତୁ। ଏଥିରେ ଗୋଟା ଜିରା ପକାନ୍ତୁ। ଜିରା ହାଲ୍କା ଫୁଟିବା ପରେ ସେଥିରେ କିମା କରିଥିବା ପିଆଜ, ଅଦା, ରସୁଣ ଓ ଲଙ୍କା ପକାଇ ଭଲ ଭାବେ ଭାଜନ୍ତୁ। ସ୍ବାଦ ଅନୁସାରେ ଲୁଣ ଏବଂ ଜିରାଗୁଣ୍ଡ ଓ ଚିନିି ପକାନ୍ତୁ। ପୂର୍ବରୁ ପେଷ୍ଟ୍ ହୋଇଥିବା ପାଳଙ୍ଗ ଶାଗକୁ ସେଥିରେ ପକାଇ ମିଶାଇ ଦିଅନ୍ତ। ଭଲ ଭାବେ ମିଶିଯିବା ପରେ କିମା ହୋଇଥିବା ପନିିର ଓ ସୁଇଟ୍ କର୍ନ ପକାଇ ସେଥିରେ ହାଲକା ପାଣି ଦିଅନ୍ତୁ। ପରେ କମ୍ ଆଞ୍ଚରେ ୫ରୁ ୧୦ ମିନିିଟ୍ ଯାଏ ଘୋଡେଇ ରଖନ୍ତୁ। ଏହାପରେ ଘୋଡଣୀ ଖୋଲି ସେଥିରେ ବଟର ଏବଂ କ୍ରିମ୍ ପକାନ୍ତୁ। ଏହାକୁ ଏକ ପାତ୍ରରେ ବାହାର କରି ପରଷି ଦିଅନ୍ତୁ। ନାନ୍, ରୁଟି କିମ୍ବା ପରଟା ସହିତ ଏହାର ସ୍ବାଦ ନିଅନ୍ତୁ।