(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ):ସାମଗ୍ରୀ : ୨ ଚାମଚ ଅଲିଭ ଅଏଲ , ଚାମଚ ସୋରିଷ , ୨ ଟି କଞ୍ଚା ଲଙ୍କା , ୬ ,୭ ଟି ଭ୍ରୁସଙ୍ଗ ପତ୍ର , ୧ ଚାମଚ ଜିରା ଗୁଣ୍ଡ , ୧ ଚାମଚ ଲେମ୍ବୁ ରସ , ୨ ଚାମଚ ଚିନି , ୧ କପ ସିଝା ମକା , ୨ ଟେବଲସ୍ପୁନ ପନୀର , ୧ଟା କଟା କ୍ୟାପସିକମ , ୧ଟା କଟା ପିଆଜ , ୧ଟା ସିଝା ଆଳୁ , ୧ ଚାମଚ ଗୋଲମରିଚ ଗୁଣ୍ଡ ଓ ସ୍ୱାଦନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ପ୍ୟାନରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ସୋରିଷ ଓ ଭୃସଙ୍ଗ ପତ୍ର ପକାନ୍ତୁ । ଏବେ ଏଥିରେ କଟା ପିଆଜ ପକାଇ ୫ ଟି ମିନିଟ ଯାଏ ଭାଜନ୍ତୁ । ପିଆଜ ଗୋଲ୍ଡେନ ହୋଇଗଲା ପରେ ଏଥିରେ କଟା କ୍ୟାପସିକମ୍ ପକାନ୍ତୁ । ଭଲ ଭରାବେ ପିଆଜ ଓ କ୍ୟାପସିକମ ଭାଜି ହୋଇଗଲା ପରେ କଟା ଆଳୁ , କର୍ଣ ଓ ପନୀର ପକାଇ ୧ରୁ ୨ ମିନିଟ ଯାଏ ଧିମା ଆଞ୍ଚରେ ଗୋଳାନ୍ତୁ । ଏବେ ଏଥିରେ ଳୁଣ , ଜିରା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ । ଏବେ ଏହି ମିଶ୍ରଣକୁ ଗ୍ୟାସରୁ ବାହାର କରି ଲେମ୍ବୁ ରସ ଓ ଚିନି ପକାଇ ଭଲ ଭାବେ ମିଶାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପନୀର ଏଣ୍ଡ କର୍ଣ ଚାଟ୍ । ଏହାକୁ ଟମାଟୋ ସସ୍ । ଏହାକୁ ଟମାଟୋ ସସ, ଧନିଆ କିମ୍ବା ପୁଦିନା ଚଟଣୀ ସହିତ ଗରମ ଗରମ ଖାଆନ୍ତୁ ଖୁଆନ୍ତୁ ।