ପନିର ଲେଟମିକାଏ

(ରିପୋର୍ଟସଟୁଡ଼େ / ଶୁଭସ୍ମିତା ଦାଶ ): ଆବଶ୍ୟକସାମଗ୍ରୀ: ପନିର, କର୍ନଫ୍ଲେକ୍ସ(ଗୁଣ୍ଡ), ଚାଇନା ସଲ୍ଟ, ବ୍ଲାକ୍‌ ପିପର(ଗୋଲମରିଚ), ଶୁଖିଲା ଲଙ୍କା ପେଷ୍ଟ୍‌, ରସୁଣ(ଚପ୍‌ ସାଇଜ), ଅଦା(ଚପ୍‌ ସାଇଜ), ପିଆଜ(ଚପ୍‌ ସାଇଜ), କ୍ୟାପ୍‌ସିକମ୍‌, ମଇଦା(୫୦ଗ୍ରାମ), ମେଓନାଇଜଡ୍‌ ସସ୍‌, ତେଲ।
ପ୍ରସ୍ତୁତିପ୍ରଣାଳୀ:
ପ୍ରଥମେ ମଇଦାରେ ପାଣି ପକାଇ ଅଳ୍ପ କାଠୁଆ କରି ଗୋଳାନ୍ତୁ। ପରେ ସେଥିରେ ପନିର, ଲୁଣ, ବ୍ଲାକ୍‌ ପିପର, ଚାଇନା ସଲ୍ଟ ମିଶାଇ ଗୋଳାନ୍ତୁ। ଅନ୍ୟ ଏକ ପାତ୍ରରେ ତେଲ ଗରମ କରନ୍ତୁ। କର୍ନଫ୍ଲେକ୍ସ ଗୁଣ୍ଡରେ ପନିର ମିଶାଇ ତାକୁ ତେଲରେ ଛାଣନ୍ତୁ। ପରେ ଲଙ୍କା, ରସୁଣ, ଅଦା ତେଲରେ ପକାଇ ଭାଜନ୍ତୁ। ସେଥିରେ ପିଆଜ ଓ କ୍ୟାପ୍‌ସିକମ୍‌ ପକାଇ ପୁଣି ଭାଜନ୍ତୁ। ଭାଜି ସାରିବା ପରେ ଶୁଖିଲା ଲଙ୍କାର ପେଷ୍ଟ୍‌, ଟମାଟୋ ସସ୍‌, ହୁଇସିଲ୍‌ ସସ୍‌ ପକେଇ ଗୋଳାଇଲେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଛଣା ହୋଇଥିବା ପନିରକୁ ଏଥିରେ ମିଶାଇ ହାଲୁକା ଭାବେ ଗୋଳାନ୍ତୁ। ଏବେ ପ୍ରସ୍ତୁତ ପନିର ଲେଟ୍‌ମିକାଏ।