(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆବଶ୍ୟକୀୟ ସାମଗ୍ରୀ : ଭିଜା ହୋଇ ରହିଥିବା ରାଜମା , ପିଆଜ , ଟମୋଟୋ . ଅଦା , ରସୁଣ , କଂଚାଲଙ୍କା , ଧନିଆ ଗୁଣ୍ଡ , ଲଙ୍କା ଗୁଣ୍ଡ ,ହଳଦୀ ହେଙ୍ଗୁ , ଗରମ ମସଲା ଗୁଣ୍ଡ ଏବଂ ଜିରା ।
ପ୍ରସ୍ତୁତି ପ୍ରଣାଳୀ: ରାଜମାକୁ ୮ ରୁ ୯ ଘଂଟା ଜଳରେ ଭିଜାଇ ରଖନ୍ତୁ । ଏହାକୁ ଜଳରୁ ବାହାର କରି ପ୍ରେସର କୁକରରେ ସିଝାଇ ଦିଅନ୍ତୁ । ସିଝିଜିବା ପରେ ଏହାକୁ ବାହାର କରନ୍ତୁ । ଏହାପରେ କଙ୍ଗାଇରେ ତେଲ ପକାନ୍ତୁ । ତେଲ ଗରମ ହେବାପରେ ଜିରା ପକାଇ ଫୁଟାନ୍ତୁ । ଛୋଟ କଟା ପିଆଜ ପକାଇ ଗୋଲଡ଼େନ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଅଦା ଓ ରସୁଣ ପେଷ୍ଟ ପକାଇ ୫ରୁ ୧୦ ମିନିଟ କଷନ୍ତୁ । ପରେ ଛୋଟ କଟା ଟମାଟୋ ପକାନ୍ତୁ । । ଟମାଟୋ ସଫ୍ଟ ହେବା ପରେ ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ , ଧନିଆ ଗୁଣ୍ଡ , ଗରମ ମସଲା ଏବଂ ହେଙ୍ଗୁ ପକାନ୍ତୁ । ଶେଷରେ ରାଜମା ଏବଂ ସ୍ୱାଦଅନୁସାରେ ଲୁଣ ପକାଇ ୧୦ ମିନିଟ ପରେ ବାହାର କରି ଦିଅନ୍ତୁ । ଏହାକୁ ରୁଟି କିମ୍ବା ନାନ ସହିତ ଖାଇ ପାରିବେ ।