ଧନିଆ ଚିକେନ

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ । ତା ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ ।
ତେଲ ଗରମ ହେଲାପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଅଦା ରସୁଣ ପେଷ୍ଟ୍ , ଗରମ ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଗୋଟା ଗୋଲ ମରିଚ , ଗୋଲ ମରିଚି ପାଉଡ଼ର ପକାନ୍ତ ଓ କଷନ୍ତୁ । ଅଳ୍ପ ପାଣି ମଧ୍ୟ ପକାଇ ପାରିବେ ।
ମସଲା କଷି ହୋଇଟିବା ପରେ ସେଥିରେ ଚିକନେ ପକାନ୍ତୁ । ଚିକେନ ସମଲାରେ ଭଲ ଭାବେ ଗୋଳେଇ ଦିଅନ୍ତୁ । ଏବେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ କଡ଼େଇକୁ ଢାଙ୍କି ଦିଅନ୍ତୁ । ମଝିରେ ମଝିରେ ଢାଙ୍କୁଣୀ ଦେଖୁ ଥାନ୍ତୁ । ଚିକନେରେ ପାଣି ମରି ଯିବା ପରେ ଏହାକୁ ଅଳ୍ପ ସମୟ କଷନ୍ତୁ । ମାଂସ ଯଦି ସିଝି ଯାଇଥିବା ତା ହେଲେ ଆଉ ସେଥିରେ ପାଣି ଦିଅନ୍ତୁ ନାହିଁ ।
ଏବେ ସେଥିରେ ଧନିଆପତ୍ର ଓ କଞ୍ଚାଲଙ୍କା ବଟା ପକାନ୍ତୁ । ଏହାପରେ ବସା ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାକୁ ଅଳ୍ପ ସମୟ ଚୁଲିରେ ବସାନ୍ତୁ ।
ଏବେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଧନିଆପତ୍ର ଚିକେନ । ଆପଣ ଚାହିଁଲେ ସଜେଇବା ପାଇଁ ଏହା ଉପରେ ଧନିଆ ପତ୍ର ମଧ୍ୟ ପକାଇ ପାରିବେ ।