କାଜୁ ମଖାନା ଶାହୀ ଖିରୀ

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ୧ରୁ ଦେଢ କପ ମଖାନ , ୩ ଟେବୁଲସ୍ପୁନ ଦେଶୀ ଘିଅ , ଅଧଚାମଚ ଡ଼ାଳଚିନି ଗୁଣ୍ଡ , ୮ ଟି କୁଟା ଯାଇଥିବା ପିସ୍ତା, ୫୦୦ ମିଲି କ୍ଷୀର, ୪ ଟେବୁଲସ୍ପୁନ ଖୁଆ , ୧ ରୁ ଦେଢ କପ କାଜୁ , ଏକ ଚତୁର୍ଥାଠ କପ ଚିନି , ୧ ଟେବୁଲସ୍ପୁନ କିଶମିଶ ।
ପ୍ରସ୍ତୁତି: ପ୍ରଥମେ ଏକ ନନଷ୍ଟିକ ପ୍ୟାନରେ ଘିଅ ଗରମ କରନ୍ତୁ । ଏଥିରେ କାଜୁ ପକାଇ ଭଲ ଭାବେ ଭାଜନ୍ତୁ । ଏହାକୁ ପ୍ଲେଟକୁ ବାହାର କରି ରଖନ୍ତୁ । ଅନ୍ୟ ଏକ ପାତ୍ରରେ କ୍ଷୀର ଭଲ ଭାବେ ଗରମ କରନ୍ତୁ । କ୍ଷୀର ଭଲ ଭାବେ ଫୁଟିଗଲା ପରେ ଗ୍ୟାସକୁ ଧିମା ଆଞ୍ଚରେ ରଖନ୍ତୁ । ଏହାପରେ ଏହି କ୍ଷୀରରେ ମଖାନା , କାଜୁ ମିକ୍ସଚରକୁ ଏଥିରେ ପକାନ୍ତ । ଏହାପରେ ଡ଼ାଳଚିନି ଗୁଣ୍ଡ , କୁଟା ପିସ୍ତା ଏକା ସହିତ ଏଥିରେ ପକାନ୍ତୁ । ସମସ୍ତ ଜିନିଷ ଭଲ ଭାବେ ମିକ୍ସ ହେଲା ଯାଏ ଏହାକୁ ଗୋଳାନ୍ତୁ । କ୍ଷୀର ଗାଢା ହୋଇଗଲା ଗ୍ୟାସ ବନ୍ଦ କରିଦିଅନ୍ତୁ । ନର୍ମାଲ ଟେମ୍ପରେଚର ହେବା ପରେ ଏହି କ୍ଷୀରକୁ ଫ୍ରିଜରେ ରଖନ୍ତୁ । ପ୍ରସ୍ତୁତ ହୋଇଗଲା ଦୀପାବଳି ସ୍ପୋଶାଲ କାଜୁ ମଖାନା ଖିରୀ ।