ଭୁବନେଶ୍ୱର : ଏଣିକି ରାସ୍ତାରୁ ପିଚୁ ଖୋଳିଲେ ନିଆଯିବ କାର୍ଯ୍ୟନୁଷ୍ଠାନ । ନିର୍ମାଣ କରାଯାଉଥିବା ପିଚୁ ରାସ୍ତାକୁ ମାସକ ଭିତରେ କୈାଣସି ବ୍ୟକ୍ତି ଖୋଳିପାରିବେ ନାହିଁ । ଯେଉଁ ବ୍ୟକ୍ତି ନିୟମକୁ ଅବମାନନା କରିବେ, ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟନୁଷ୍ଠାନ । ଏଭଳି ସତର୍କ କରାଇ ଦେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ । ପିଚୁ ରାସ୍ତା ତିଆରି ହେବାର କିଛି ଦିନପରେ ଲୋକମାନେ ନିମ୍ନମାନର କାର୍ଯ୍ୟ କହି ରାସ୍ତାକୁ ହାତରେ ଖୋଳି ଦେଉଛନ୍ତି । ଯାହା ଏକ ଲୋକଙ୍କର ଅଭ୍ୟାସରେ ପରିଣତ ହୋଇସାରିଛି । ଯଦି ରାସ୍ତା ନିମ୍ନମାନର ବୋଲି ନଜର ଆସେ, ତୁରନ୍ତ ତାର ମାନ ଯାଞ୍ଚ କରାଯିବ । ଏହାସହିତ ଠିକାଦାରଙ୍କ ନିଜସ୍ୱ ଖର୍ଚ୍ଚରେ ନିର୍ମାଣ ଓ ମରାମତି କରାଯିବ ବୋଲି ଏକ ପ୍ରେସ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ବିଜ୍ଞପ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ । ଠିକାକାରଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସାଧାରଣ ଲୋକଙ୍କୁ ନାଲିଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ଓ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ