କରୋନା ମୁକାବିଲା ପାଇଁ ଆରବିଆଇର ୫୦ ହଜାର କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ ମଧ୍ୟ ସ୍ଥିତି ଉପରେ ଆରବିଆଇର ନଜର ରଖିଛି ବୋଲି ଗଣମାଧ୍ୟମକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ କହିଛନ୍ତି । ସେ କହିଛନ୍ତି, କରୋନାର ପ୍ରଥମ ଲହର ନିୟନ୍ତ୍ରଣ ହେବା ପରେ ଦେଶର ଅର୍ଥନୀତି ସୁଧୁରିବ ଆରମ୍ଭ କରିଥିଲା । କିନ୍ତୁ ଦ୍ୱିତୀୟ ଲହର ପୁଣିଥରେ ଆର୍ଥିକ ସଙ୍କଟ ସୃଷ୍ଟି କରିଛି। ଅନ୍ୟ ପଟେ କରୋନା କ୍ଷେତ୍ରରେ ଦେଶରେ ଚିକିତ୍ସା ସେବାରେ ଦେଖାଦେଇଛି ବ୍ୟାପକ ଅନିୟମିତତା । ଏହାକୁ ଦୃଷ୍ଟିରେ ରଖି ଆରବିଆଇ ଏମର୍ଜେନ୍ସି ସ୍ୱାସ୍ଥ୍ୟ ସେବା ପାଇଁ ୫୦ ହଜାର କୋଟି ଟଙ୍କା ଦେଇଛି। ଏଥିରେ ଟୀକା ଉତ୍ପାଦନ, ଟୀକା ପରିବହନ, ବିଶେଷଜ୍ଞଙ୍କୁ ଋଣ ଦିଆଯିବ । ଏଥିସହ ହସ୍ପିଟାଲ, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ମଧ୍ୟ ଲାଭ ମିଳିବ ବୋଲି ଦାସ କହିଛନ୍ତି ।
ଦାସ ଆହୁରି କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଆରବିଆଇ ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁସାରେ ଭିଡିଓ ଜରିଆରେ ଆରବିଆଇକୁ ମଞ୍ଜୁରୀ ଦିଆଯାଇଛି । ରାଜ୍ୟମାନଙ୍କ ପାଇଁ ଓଭର ଡ୍ରାଫ୍ଟ ପାସିଲିଟିରେ ମଧ୍ୟ ଆଶ୍ବସ୍ତି ଦିଆଯାଇଛି ।