ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ୍ । ଏବେ ବିଶ୍ୱବିଦ୍ୟାଳୟର ୱେବସାଇଟକୁ କ୍ଲିକ କଲେ ଏକ ବେଟିଂ ସାଇଟ ଖୋଲୁଛି। ଯେଉଁଥିରେ ଇଣ୍ଡୋନେସିଆର ଭାଷା ପରି ଲାଗୁଥିବା ଭାଷାକୁ ଇଂରାଜୀରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ୱେବସାଇଟରେ କ୍ଲିକ କଲେ BENTO4D ପରି ବେଟିଂ ପ୍ଲାଟ ଫର୍ମ ଲିଙ୍କ ଆସୁଛି । ଫଳରେ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ଏଭଳି ଘଟଣା ପ୍ରଥମ ନଥିଲା । ପୂର୍ବରୁ ମଧ୍ୟ ଏଭଳି ଥରେ ଅଭିଯୋଗ ଆସିଥିଲା। ଏବେ ପୁଣି ରେଭେନ୍ସାର ୱେବସାଇଟ୍ ହ୍ୟାକ ଅଭିଯୋଗ ଆସିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ର ଛାତ୍ରୀଙ୍କ ଚିନ୍ତା ବଢିଛି।