ପୁରୀ : ଗୁରୁବାର ଖୋଲିବ ରତ୍ନଭଣ୍ଡାର । ଆସନ୍ତା ୧୮ ତାରିଖ ଗୁରୁବାର ଖୋଲାଯିବ ରତ୍ନଭଣ୍ଡାର ।ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ସଥଙ୍କ ସୂଚନା । ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ଜଷ୍ଟିସ ରଥଙ୍କ ସୂଚନା ।ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ ୧୫ ମଧ୍ୟରେ ଖୋଲାଯିବ । ଭିତର ଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରଣ ହେବ ।ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତର ହେବ । ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ । ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନ ଭଣ୍ଡାର ତାଲା ସିଲ୍ କରାଯିବ ।