ପୁରୀ(ଜୟନ୍ତ କୁମାର ସେଠୀ): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ । ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି। ତେବେ ତାଙ୍କର ଏହି ଉତ୍ତର ପରେ କଡା ସମାଲୋଚନା କରିଛି ଶ୍ରୀଜଗନ୍ନାଥ ସେନା। ସଂଗଠନ କହିଛି ରତ୍ନ ଭଣ୍ଡାରକୁ ଲୁଟ କରାଯାଇଛି। ସେଠାରେ କୌଣସି ରତ୍ନ ନାହିଁ । ଏହା ଜଗନ୍ନାଥ ପ୍ରେମୀ ଜାଣିଲେ ସରକାର ଭାଙ୍ଗି ଯିବାର ଭୟରେ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ ପଛ ଘୁଞ୍ଚା ଦେଉଛନ୍ତି। ଯାହାକି ପ୍ରମାଣିତ ହୋଇଛି। ତେବେ ଆଇନ କହୁଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରତି ତିନି ବର୍ଷରେ ଖୋଲାଯାଇ ରତ୍ନ ଅଳଙ୍କାର ହିସାବ ରଖାଯାଏ। ପୂର୍ବରୁ ହାଇକୋର୍ଟ ମଧ୍ୟ ରତ୍ନ ଭଣ୍ଡାର ଖୋଲିବା ସପକ୍ଷରେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ସରକାର ଏହି ନୀୟମ କୁ ଖୁଲମଖୁଲା ଉଲଘଂନ କରିଛନ୍ତି। ପୂର୍ବରୁ ରତ୍ନ ଭଣ୍ଡାର ଚାବି ହଜିବା, ନକଲି ଚାବି ମିଳିବା, ତଦନ୍ତ କମିସନ ବସିବା କେଵଳ ଲୋକ ଙ୍କୁ ଭୁଆଁ ବୁଲେଇବା ପାଇଁ ହୋଇ ଥିଲା। ତେବେ ରତ୍ନ ଭଣ୍ଡାରରେ ରତ୍ନ ଅଳଙ୍କାର ନ ଥିବା ହେତୁ ସରକାର ଏହା ଖୋଲି ଜଗନ୍ନାଥ ପ୍ରେମୀ ଙ୍କୁ ଜଣାଇବା ଚାହୁଁ ନ ଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି।ତେବେ ମହାପ୍ରଭୁ ଠିକଣା ସମୟରେ ଏହାର ଜବାବ ଦେବେ ଓ ଖୁବ ଶୀଘ୍ର ରତ୍ନ ଭଣ୍ଡାର ଲୁଟର ପରଦାଫାସ ହେବ ବୋଲି ଶ୍ରୀଜଗନ୍ନାଥ ସେନା କହିଛି।