ପୁରୀ : ଆସନ୍ତାକାଲିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ । କାଲିଠୁ ୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର ମରାମତି ତଥା ସଂରକ୍ଷଣ କାମ ବନ୍ଦ ରହିବ । ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରଖାଯିବା ନେଇ ସୂଚନା ରହିଛି ।
ସୂଚନା ଅନୁଯାୟୀ , ପୂର୍ବରୁ ମଧ୍ୟ ମାର୍ଚ୍ଚ ୯ରୁ ୧୫ ଯାଏଁ ଅର୍ଥାତ ଫଗୁଦଶମୀରୁ ହୋଲି ଉତ୍ସବ ପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକୁ ଦୃଷ୍ଟିରେ ରଖି ରତ୍ନଭଣ୍ତାର ମରାମତି କାର୍ଯ୍ୟ ରହିଥିଲା । କିଛି ଦିନ ତଳେ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ମରାମତି ଅଗ୍ରଗତିର ଆଜି ସମୀକ୍ଷା କରାଯାଇଥିଲା। ଶ୍ରୀମନ୍ଦିରରେ ନୀତି ବହୁଳ କାରଣରୁ ଏଏସ୍ଆଇ ମରାମତି ପାଇଁ ଅଧିକ ସମୟ ମାଗିଥିଲେ। ଏଣୁ ତିନିମାସ ବଦଳରେ ଅତିରିକ୍ତ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ତିନିମାସରେ ଏଏସ୍ଆଇ କାମ ସାରିବ ବୋଲି କହିଥିଲା। କିନ୍ତୁ ନୀତିକାନ୍ତି କାରଣରୁ ମରାମତି ପାଇଁ ସମୟ ଅଭାବ ଦେଖାଦେଉଛି। ଏଣୁ ଅତିରିକ୍ତ ୪୫ରୁ ୬୦ ଦିନ ସମୟ ଲାଗିପାରେ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କରର ସ୍ବାଇଁ କହିଥିଲେ।