(ପୁରୀ) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୫୦ ଦିନ। ଭକ୍ତ ନିଜର ଧାର୍ଯ୍ୟ ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କ୍ରମରେ ଆଜି ତିନି ରଥର ମୁଖ୍ୟ ମହାରଣାମାନେ ତୁମ୍ବ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି। ଆଜି ମୋଟ୍ ୧୨୧ ଜଣ ରଥ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଆଜି ତାଳଧ୍ବଜ ରଥର ୧୪ଟି ତୁମ୍ବରୁ ୫ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି।

ଅନ୍ୟ ୯ଟି ତୁମ୍ବର ୭୦ ପ୍ରତିଶତ ବିନ୍ଧ କାର୍ଯ୍ୟ ସରିଛି। ଦେବଦଳନ ରଥର ୧୨ ତୁମ୍ବ ଓ ନନ୍ଦିଘୋଷ ରଥର ୧୬ ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ସେବକମାନେ ପ୍ରତି ରଥର ପ୍ରାୟ ୬ /୬ ଟି ତୁମ୍ବ ପାଇଁ ଆବଶ୍ୟକୀୟ ଅର କଣ୍ଟା ପ୍ରସ୍ତୁତି ଶେଷ କରିଛନ୍ତି।