ଗଞ୍ଜାମ / ରଜନୀକାନ୍ତ ପାତ୍ର: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଏବଂ ଜନସାଧାରଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି କରିବା ପାଇଁ ‘ଅହିଂସା ରଥ’ ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ପୌରପରିଷଦ ଓ ବ୍ଲକ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।
ଏହି ଅହିଂସା ରଥ ସ୍ଥାନୀୟ ଡାକ ବଙ୍ଗଳାରୁ ବାହାରି ଏକ ବିଶାଳ ରାଲ୍ଲୀରେ ମିନିଷ୍ଟାଡିୟମରେ ପହଂଚି ଥିଲା। ସେଠାରେ ଏକ ସାଧାରଣ ସଭା ହୋଇଥିଲା।ମଞ୍ଚରେ ସ୍ୱାଧୀନତା ସଂଗ୍ରାମୀ ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା । ଏହାଛଡ଼ା ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ଭିଡିଓ ୱାଲ୍ରେ ପ୍ରଦର୍ଶିତ ।କରାଯାଇଥିଲା।ନୃତ୍ୟମ ଅନୁଷ୍ଠାନ ତରଫରୁ ହୋଇଥିବା ନୃତ୍ୟ ସମସ୍ତଙ୍କ ମନ କୁ ଛୁଇଁ ଥିଲା
