ରଶ୍ମୀରେଖା ଏବଂ ବିଶ୍ୱଜିତ ପାଇଲେ ଓଏଏସ୍

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ  : ପ୍ରକାଣ ପାଇଥିବା ଓଏଏସ ପରୀକ୍ଷରେ ଉତିନ୍ନ ହୋଇଛନ୍ତି ଯଶିପୁର ଅଞ୍ଚଳ ମାଟିଆଗଡ଼ର ନିବାସୀ ବିଶ୍ୱଜିତ ଓ କଣ୍ଟାସିମିଳା ଗ୍ରାମର ରଶ୍ମୀରେଖା ।

ପୁରୀ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ପିତା ପ୍ରହ୍ଲାଦ ସେଠୀ ଏବଂ ମାତା ପ୍ରଧାନ ଶିକ୍ଷକ ରୁକ୍ମଣୀ ସେଠୀ   ଙ୍କ ଜ୍ୟେଷ୍ଟ ପୁତ୍ର ତଥା ପୂର୍ବତନ ଯଶିପୁର ଲ୍ୟାମ୍ପସ ନିର୍ଦେଶକ ବିପିନ ବିହାରୀ ସେଠୀଙ୍କ ପୁତୁରା ଓଏଏସ ପରୀକ୍ଷାରେ 470 ସ୍ଥାନ ଅଧିକାର କରିଛନ୍ତି l

ବିଶ୍ୱଜିତ ପ୍ରାଥମିକ ଶିକ୍ଷା ଯଶିପୁର ସରସ୍ବତୀ ଶିଶୁ ମନ୍ଦିର ଆରମ୍ଭ କରି ପରେ ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲରେ ଅଧ୍ୟୟନ କରିଥିଲେ l କଳିଙ୍ଗ ଭାରତୀରେ +2 ବିଜ୍ଞାନ ଓ ରେଭେନ୍ସାରେ ରସାୟନ ବିଜ୍ଞାନ ସମ୍ମାନରେ +3 ପାସ କରିଛନ୍ତି l ଏହାପରେ ସେ ବନାରସ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେଟିଭରେ ସ୍ନାତକୋତ୍ତର ହାସଲ କରିଛନ୍ତି l ସେହିପରି ଝାରଖଣ୍ଡ ସୀମାନ୍ତରେ ରହିଥିବା ଯଶିପୁର ଥାନା ତିଳକୁଟି ଗ୍ରାମପଂଚାୟତ ଅନ୍ତର୍ଗତ କଣ୍ଟାସିମିଳା ଗ୍ରାମର ପୂର୍ବତନ ସୈନିକ ସ୍ବର୍ଗତ ବସନ୍ତ କୁମାର ନାୟକଙ୍କ କନ୍ୟା ଓଏଏସ ପରିକ୍ଷାରେ 434 ସ୍ଥାନ ଅଧିକାର କରିଛନ୍ତି l ରଶ୍ମି ଭଞ୍ଜକିଆ ଶିଶୁ ମନ୍ଦିରରୁ 5ମ୍ ଶ୍ରେଣୀ ପାସ କଲା ପରେ କେନ୍ଦୁଝରର ରାଙ୍କିସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟରୁ 10 ମ ଶ୍ରେଣୀ ପାସ କରିଥିଲେ l ସେ ସେ କଟକର ରେଭେନ୍ସା ମହାବିଦ୍ୟାଳୟରୁ ଯୁକ୍ତ ତିନି ବିଜ୍ଞାନ ପାସ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଭୁତତ୍ତ୍ୱରେ ସ୍ନାତକୋତ୍ତର ହାସଲ କରିଥିବା ଜଣା ପଡିଛି।