ଟି-୨୦ ଇଭେଣ୍ଟରେ ରାଶିଦ ଖାନଙ୍କ କିର୍ତ୍ତୀମାନ

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଏକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି ଆଫଗାନିସ୍ତାନର ଷ୍ଟାର ଖେଳାଳୀ ରାଶିଦ ଖାନ । ପାକିସ୍ତାନ ବିପକ୍ଷ ଟି-୨୦ ମ୍ୟାଚରେ ସେ ଏହି ସଫଳତା ପାଇଛନ୍ତି । ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୧୦୦ଟି ୱିକେଟ ହାସଲ କରିବାରେ ସେ ଦ୍ରୁତତମ ବୋଲର ଭାବେ ରେକର୍ଡ ସୃଷ୍ଟି କରିଛନ୍ତି । ମାତ୍ର ୫୩ଟି ମ୍ୟାଚରେ ୧୦୦ଟି ୱିକେଟ ହାସଲ କରିଛନ୍ତି ରାଶିଦ ଖାନ । ରାଶିଦଙ୍କ ପୂର୍ବରୁ ଆଇସିସି ଟି-୨୦ ଇଭେଣ୍ଟରେ କେବଳ ୩ ଜଣ ବୋଲର ଏହି କ୍ଲବରେ ସାମିଲ ହୋଇଥିଲେ ।
ଗତକାଲି ପାକିସ୍ତାନ ବିପକ୍ଷ ମ୍ୟାଚରେ ମହମ୍ମଦ ହାଫିଜଙ୍କ ୱିକେଟ ଅକ୍ତିଆର କରି ସେ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । ପାକିସ୍ତାନ ବିରୁଦ୍ଧରେ ୪ ଓଭରରେ ୨୬ ରନ ବଦଳରେ ସେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ଏହା ସତ୍ତେ୍ୱ ପାକିସ୍ତାନ ଏହି ମ୍ୟାଚକୁ ବିଜୟ ହାସଲ କରି ନେଇଛି ।
୫୩ଟି ମ୍ୟାଚରୁ ୧୦୦ଟି ୱିକେଟ ହାସଲ କରିଥିବା ରାଶିଦ ୪ ଥର ୪ଟି ଲେଖାଏଁ ୱିକେଟ ନେଇଥିବା ବେଳେ ୨ ଥର ୫ଟି ୱିକେଟ ହାସଲ କରିଛନ୍ତି । ରାଶିଦ ଖାନଙ୍କ ପୂର୍ବରୁ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନ ଏବଂ ଶ୍ରୀଲଙ୍କାର ୟର୍କର କିଙ୍ଗ ଲାସିଥ ମାଲିଙ୍ଗା ୧୦୦ ୱିକେଟ ସଫଳ ହୋଇଛନ୍ତି । ଶାକିବ ୯୪ଟି ମ୍ୟାଚରୁ ୧୧୭ ଏବଂ ମାଲିଙ୍ଗା ୮୪ଟି ମ୍ୟାଚରୁ ୧୦୭ଟି ୱିକେଟ ଅକ୍ତିଆର କରିଛନ୍ତି ।