‘ଆନିମଲ’ ଫିଲ୍ମ ପରେ ୬ ମାସ ବ୍ରେକ ନେବେ ରଣବୀର , ଝିଅ ସହ କାଟିବେ କ୍ୱାଲିଟି ଟାଇମ

ମୁମ୍ବାଇ : ରଣବୀର ପ୍ରଫେସନାଲ ଲାଇଫ ସହ ନିଜ ପର୍ସନାଲ ଲାଇଫ ପାଇଁ ଚର୍ଚ୍ଚାରେ ରୁହନ୍ତି । ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ଆନିମାଲ’ । ଏହି ଫିଲ୍ମରେ ରଣବୀରଙ୍କ ସହ ମୁଖ୍ୟ ଭୁମିକାରେ ନଜର ଆସୁଛନ୍ତି ରଶ୍ମିକା ମନ୍ଦନା । ରଣବୀର ୬ ମାସର ବିରତି ନେବାକୁ ଯାଉଛନ୍ତି । ସେ ତାଙ୍କ ଝିଅ ରାହାଙ୍କ ପାଇଁ ଏହି ବିରତି ନେବାକୁ ଯାଉଛନ୍ତି । ଯାହାଫଳରେ ସେ ତାଙ୍କ ସହିତ ଅଧିକ ସମୟ ବିତାଇ ପାରିବେ ।

ରଣବୀର କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ବହୁତ ଉପଭୋଗ କରୁଛନ୍ତି । ରଣବୀର ଜାତୀୟ ପୁରସ୍କାର ବିଜେତା ଆଲିଆ ଭଟ୍ଟଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଏକ ଝିଅ ରାହା ଅଛନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ ରଣବୀର ଝିଅ ରାହାଙ୍କ ସହ ଥିବା ବଣ୍ଡିଂ ବିଷୟରେ ମଧ୍ୟ କହିଥିଲେ । ରଣବୀର ଜୁମରେ ନିଜ ଫ୍ୟାନ୍ସଙ୍କ ସହ କଥାବାର୍ତ୍ତା କରିଥିଲେ । କଥାବାର୍ତ୍ତାରେ ରଣବୀର କପୁର ସ୍ୱୀକାର କରିଛନ୍ତି ଯେ ରାହାଙ୍କ ଜନ୍ମ ପରେ ପ୍ରାରମ୍ଭିକ ମାସରେ ସେ ତାଙ୍କ ଝିଅ ସହିତ ସମୟ ବିତାଇ ପାରିନଥିଲେ କାରଣ ସେ ସୁଟିଂରେ ବ୍ୟସ୍ତ ଥିଲେ । ତେବେ ରଣବୀର ନିଶ୍ଚିତ କରିଛନ୍ତି ଯେ ସେ ଚଳଚ୍ଚିତ୍ରରୁ ୬ ମାସର ବିରତି ନେବାକୁ ଯାଉଛନ୍ତି ଯାହା ଦ୍ୱାରା ସେ ତାଙ୍କ ଝିଅ ସହିତ କ୍ୱାଲିଟି ଟାଇମ ବିତାଇ ପାରିବେ ।